ପୁଣି ପାଦ ଛୁଇଁବାକୁ ଯାଉଥିଲେ ନୀତିଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୋଦି । ତେବେ ତୃତୀୟ ଥର ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ନଇଁଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ସୂଚନା ମୁତାବକ, ନରେନ୍ଦ୍ର ମୋଦି ବୁଧବାର ବିହାରରେ ଦ୍ୱିତୀୟ ଏମ୍ସ (AIIMS)ର ଶିଳାନ୍ୟାସ କରିଛନ୍ତି। ଦରଭଙ୍ଗାଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଭାଷଣରେ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ। ଏହାପରେ ଭାଷଣ ଶେଷ କରିବା ପରେ ସେ ନିଜ ଆସନକୁ ଫେରୁଥିଲେ। ଏହି ସମୟରେ ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସି ତାଙ୍କ ପାଦ ଛୁଇଁବାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସଙ୍ଗେ ସଙ୍ଗେ ଛିଡ଼ା ହୋଇ ନୀତୀଶ କୁମାରଙ୍କ ଦୁଇ ହାତ ଧରି ଅଭିବାଦନ ଜଣାଇଥିଲେ।

Leave A Reply

Your email address will not be published.