ଓଡ଼ିଆ ନ୍ୟୁଜ୍: ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍ କରିବା ସହ ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି।
ଅପରପକ୍ଷେ AIIMSରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ୭୫ ପ୍ରତିଶତ ଶରୀର ପୋଡ଼ିଛି। ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। ତାଙ୍କ ଅବସ୍ଥା ଗୁରୁତର ରହିଛିଛି। ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନ୍ରେ ରହିବେ। ଭେଣ୍ଟିଲେଟରରେ ନାହାନ୍ତି ହେଲେ ICUରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି।