ଏକାଠି ହେଲେ ନିରଞ୍ଜନ ଓ ଶରତ, ପାଳନ କଲେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତା ଗଣ ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ କଂଗ୍ରେସ ଭବନ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ରଶ୍ମି ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଅମିୟ ପଟ୍ଟନାୟକ, ସୁଦର୍ଶନ ଦାସ, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ତ୍ରିଲୋଚନ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ମାନସ ଆଚାର୍ଯ୍ୟ, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ତାରା ପଟ୍ଟନାୟକ, ଦୀପକ ମହାପାତ୍ର, ଭାସ୍କର ସେଠୀ, ସଂଜୟ ମିଶ୍ର, ସଂକୁନା କହଁର, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ସୁବାଷ ପ୍ରଧାନ, ଦେଓ ପ୍ରସାଦ, ଦେବେନ୍ଦ୍ର ପ୍ରସାଦ ଦାସ, କୈଳାସ ସାହୁ, ଉମେଶ ସ୍ୱାଇଁ, ମନୋରଞ୍ଜନ ରାଉତରାୟ, ସାଗର ପରିଡ଼ା, ଅଜୟ ମହାପାତ୍ର, ବିନୋଦ ପାଣି, ସୁକୁମାର ଦେଓ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.