ଅଶ୍ଳୀଳ କରିବିନି, ଆଇଟମ୍‌ ନାଚିବି: ନିଶା ମହାରଣା

0

ଓଡ଼ିଆ ନ୍ୟୁଜ୍: ଜାମିନ ପାଇବା ପରେ ନିଶା ମହାରଣା କହିଲେ ପୁଣି ମଞ୍ଚ ଚଢ଼ିବି।‘କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି’‘ହଟ୍‌ କଷ୍ଟ୍ୟୁମ୍‌ ପିନ୍ଧିବି, ଆଇଟମ୍‌ ଜଲୱା ଦେଖାଇବି’।ଚନ୍ଦନଭାଟି ନୃତ୍ୟ ପ୍ରସଙ୍ଗରେ ମଧ୍ୟ ରଖିଲେ ପ୍ରତିକ୍ରିୟା।କମିଟି ସଦସ୍ୟ ମୋତେ ହଟ୍‌ ଆଇଟମ ପ୍ରଦର୍ଶନ ପାଇଁ କହିଥିଲେ।ସବୁ କମିଟି ମୋତେ ଅଶ୍ଳୀଳ ପ୍ରଦର୍ଶନ ପାଇଁ କୁହନ୍ତି ନାହିଁ।‘ଯଦି ମୁଁ ସେମାନଙ୍କ କଥା ନ ମାନିବି, ତାହେଲେ ମୋ ପାଇଁ ଅସୁବିଧା’। ‘ମୁଁ ଅଶ୍ଳୀଳ ପ୍ରଦର୍ଶନ କରିବିନି, ଯଦି ଆଉ କିଏ କଲା ମୁଁ ଅଭିଯୋଗ କରିବି’।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ରାତିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ମାମଲାରେ ବଲାଙ୍ଗିର କୋର୍ଟରେ ହାଜର ହୋଇଥିଲେ ନିଶା I ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଏ ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ I ସଦର ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା I ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସଂପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ଗିରଫଦାରୀ ଭୟରେ ନିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ I ଉଚ୍ଚ ନ୍ୟାୟାଳୟ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I

Leave A Reply

Your email address will not be published.