ନୀତିଶ କୁମାରଙ୍କ ଅସଭ୍ୟ ମତକୁ ନେଇ କୁଶପୁତ୍ତଳିକା ଦାହ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କରଞ୍ଜିଆରେ ବିଜେପି ମହିଳାମୋର୍ଚା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅସଭ୍ୟ ମତକୁ ନେଇ କୁଶପୁତ୍ତଳିକା ଦାହ | ବିଧାନସଭା ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଯୋଉ ଭଳି ଅସଭ୍ୟ ମତ ରଖି ଥିଲେ ତାହାକୁ ବିରଧ କରି ଆଜି ରାଜ୍ୟ ର ବିଭିନ୍ନ ଜାଗାରେ ବିଜେପି ମହିଳା ମୋର୍ଚା ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଜଣା ପଡ଼ିଥିବା ବେଳେ କରଞ୍ଜିଆ ରେ ମଧ୍ୟ ଏହା ଦେଖିବାକୁ ମିଳିଛି | ତେବେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ କଚେରୀ ଛକ ରେ ଏକତ୍ରିତ ହୋଇ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି |

ତାସହିତ ଏହି ଭଳି ମତବ୍ୟ କୁନେଇ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ସହିତ ସର୍ବସାଧାରଣ ପାଖରେ ଭୁଲ ମାଗନ୍ତୁ ବଲି ଦାବୀ ରଖି ରଖିଛନ୍ତି ଯଦି ଏହା ନକରନ୍ତି ତାହେଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚା ରାଜରାସ୍ଥା ରେ ଆଲ୍ହାଇବ ବଲି କହିଛନ୍ତି |

ଏଥିରେ ଜିଲ୍ଲା ସମ୍ପାଦିକା ସୁନାମଣି ହୋ,ଜିଲ୍ଲା କୃଷକ ଉପସଭାପତି ଝରଣା ପୃଷ୍ଟି,ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ସିଧୁ,ଜ୍ୟୋସ୍ନାରାଣୀ ମହାନ୍ତ, ନିହାରିକା ଦାସ, ଆରତୀ ଖାଟୁଆ, ଡଲିରାଣୀ ଦାସ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଲୁନା ମିଶ୍ର, ଖିରୋଦ ମହାନ୍ତ ଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.