ଇଣ୍ଡିଆ ମେଣ୍ଟର ନେତୃତ୍ବ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ନୀତିଶ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟରେ ଅସୁବିଧାର ଏକ ନୂତନ ସଙ୍କେତ ଭଳି ମନେହେଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ଅର୍ଥାତ ଆଜି ଦିନ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରସ୍ତୁତିରେ ଅଗ୍ରଗତି ହୋଇ ନ ଥିବାରୁ କଂଗ୍ରେସ ଦଳକୁ ଦାୟୀ କରିଛନ୍ତି। ବିରୋଧୀ ଦଳର ଇଣ୍ଡିଆ ବ୍ଲକର ମୁଖ୍ୟ ସ୍ଥପତି କୁମାର କହିଛନ୍ତି ଯେ କଂଗ୍ରେସ ଦଳକୁ ମିଳିତ ମଞ୍ଚରେ ନେତୃତ୍ୱ ଭୂମିକା ଦିଆଯାଇଛି ।

2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ‘ଇଣ୍ଡିଆ’ ମେଣ୍ଟରେ ଚାଲିଥିବା ଅନ୍ତଃକନ୍ଦଳକୁ ପୁଣି ପଦାରେ ପକାଇଛନ୍ତି ମେଣ୍ଟର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯେଉଁ ଉଦ୍ଦେଶ୍ୟରେ ମେଣ୍ଟ ଗଠନ କରାଯାଇଥିଲା ତାହା ସେଦିଗରେ ଆଖିଦୃଶିଆ ଆଗେଇ ପାରିନି । ଏଥିପାଇଁ ନୀତିଶ ମେଣ୍ଟର ନେତୃତ୍ବ ନେଉଥିବା ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ଦୋଷାରୋପ କରିଛନ୍ତି । କଂଗ୍ରେସକୁ ସାଧାରଣ ନିର୍ବାଚନ ପାଇଁ ମେଣ୍ଟର ନେତୃତ୍ବ ଦିଆଯାଇଥିଲା ।

ମାତ୍ର କଂଗ୍ରେସ ଏବେ 5 ରାଜ୍ଯରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଧିକ ରୁଚି ରଖୁଥିବା ନୀତିଶ କହିଛନ୍ତି । ଆଜି ରାଜଧାନୀ ପାଟନାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ପକ୍ଷରୁ ଆୟୋଜିତ ‘ବିଜେପି ହଟାଓ,ଦେଶ ବଚାଓ’ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତିଶ ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ‘‘ଆମେ ମେଣ୍ଟ ଗଠନ କରିଥିଲୁ । କଂଗ୍ରସକୁ ଏହାର ନେତୃତ୍ବ ନେବା ପାଇଁ ସମର୍ଥନ କରିଥିଲୁ । ଏବେ ବିଜେପି ସରକାର ଦେଶର ଇତିହାସ ଓ ଲିଗାସିକୁ ପରିବର୍ତ୍ତନ କରିବାରେ ଲାଗିଛି । ଏହା ବିରୋଧରେ ଆମେ ବିରୋଧୀ ଦଳଙ୍କୁ ଏକାଠି କରି ମେଣ୍ଟ ଗଠନ କଲୁ । ବିଜେପି ବିରୋଧରେ ମେଣ୍ଟ ତାର ଲଢେଇ ଜାରି ରଖିବ ।

Leave A Reply

Your email address will not be published.