ଅନଲାଇନରେ ହୋଇପାରେ ଯୁକ୍ତ ଦୁଇ ଖାତା ଦେଖା

0

ଓଡ଼ିଆ ନ୍ୟୁଜ୍: ଯୁକ୍ତ ୨ ପରୀକ୍ଷାରେ ଚଳିତ ବର୍ଷ ହୋଇପାରେ ଅନଲାଇନ୍ ଖାତା ଦେଖା।କଳା ବିଭାଗ ପାଇଁ ପ୍ରସ୍ତୁତି କରାଯାଉଛି କହିଲେ ଗଣଶିକ୍ଷା ମନ୍ତ୍ରୀ।‘ଚୂଡାନ୍ତ ପାଇଁ ବଜେଟ୍‌ ଫାଇନାଲ୍‌ ହୋଇନାହିଁ, ନିଷ୍ପତ୍ତି ନିଆଯାଇପାରେ’।‘ଟାଇମ ପିରିୟଡ୍‌ ଭିତରେ ଖାତା ଦେଖା, ସ୍ବଚ୍ଛତା ପାଇଁ ଯୋଜନା କରୁଛୁ। ତେବେ ଅନଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି । ଆନୁସଙ୍ଗୀକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ । ଟାଇମ୍ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ନେଇ ବିଭାଗ ଯୋଜନା କରୁଛି, ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଆପ୍ରୁଭାଲ୍ ମିଳିଲେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ AI କ୍ୟାମେରା ପରୀକ୍ଷା ପ୍ରଶ୍ନପତ୍ର ଜଗିବ । ଗତଥର ଏଚଏସଇ ପରୀକ୍ଷାରେ AI କ୍ୟାମେରା ଲାଗିଥିଲା । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ AI କ୍ୟାମେରା ଲାଗିବା ଦ୍ବାରା ସ୍ବଚ୍ଛତାର ସହ ପରିକ୍ଷା ପରିଚାଳନା ହୋଇପାରିବ । ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.