ଯଶିପୁର କୁମ୍ଭୀର ପ୍ରକଳ୍ପରେ ନାହିଁ ନ ଥିବା ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯଶିପୁର କୁମ୍ଭୀର ପ୍ରକଳ୍ପରେ ନାହିଁ ନ ଥିବା ଭିଡ | ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅଧିନସ୍ତ ଯଶିପୁର ଗ୍ରାମ ପଞ୍ଚାୟତରେ ଥିବା ରାମତୀର୍ଥ ର କୁମ୍ଭୀର ପ୍ରକଳ୍ପ ରେ ନୂଆ ବର୍ଷରେ ଲୋକମାନଙ୍କର ନାହିଁ ନ ଭିଡ ଦେଖାଯାଇଥିଲା |

ଏଠାରେ ଥିବା ପାର୍କ, ନଦୀ, ଔଷଧୀୟ ବୃକ୍ଷ , କୁମ୍ଭୀର ଓ କୁମ୍ଭକର୍ଣ୍ଣ ଲୋକଙ୍କୁ ଅତି ଆକୃଷ୍ଟ କରିଥିଲା | ତଥାପି ଏହାକୁ ଆହୁରି ସରକାରଙ୍କ ତରଫରୁ ପାର୍କରେ ଆଧୁନିକରରଣ କରିବା ପାଇଁ ଜନମାନସରେ ଦୃଢଦାବୀ ହୋଇଛି | ଆମ ପ୍ରତିନିଧି ଏ ସ୍ଥାନ ବିଷୟରେ ଜନୈକ ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଏ ସ୍ଥାନ ପିକନିକ୍ ପାଇଁ ଉତ୍କୃଷ୍ଟ ସ୍ଥାନ | ସେ ଏଠାକୁ ପ୍ରତିବର୍ଷ ନୂଆ ବର୍ଷରେ ଆସନ୍ତି | ପ୍ରକୃତି ନୈସଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ |

ସେ ପୁଣି ସରକାରଙ୍କୁ ନିବେଦନ କରିଛନ୍ତି ଯେ, ଏ ସ୍ଥାନ ଆହୁରି ଅତିଆର୍କଷଣୀୟ କଲେ | ତେବେ ଏଠାକୁ ଓଡିଶା ତଥା ବାହାର ରାଜ୍ୟରୁ ପର୍ଯ୍ୟଟନ ଆସିଥାନ୍ତେ | ଏଠାରେ ପୁଣି ରାମଙ୍କର ବସିବା ସ୍ଥାନ ଓ ପାଦ ଚିହ୍ନ ସହିତ ରାମ ମନ୍ଦିର ରହିଛି | ତେଣୁ ଏ ସ୍ଥାନ ମୟୂରଭଞ୍ଜବାସୀଙ୍କ ଅତିମନୋଲଭ୍ୟ ସ୍ଥାନ ହୋଇପାରିଛି | ଏଥି ସହିତ ଏଠାରେ ଶିମିଳିପାଳର ଇକୋ ଟୁରୁଜିମ ସଂଗ୍ରାହଳୟ ଦେଖିବାକୁ ଚିତାକର୍ଷକ ମନେହୁଏ |

Leave A Reply

Your email address will not be published.