ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ମଦ ଓ ଆମିଷ ମୁକ୍ତ ହେବ ପୁରୀ ବଡ଼ଦାଣ୍ଡ । ଶ୍ରୀମନ୍ଦିରର ୨ କିଲୋମିଟର ଅବଧିରେ ମଦ ଓ ଆମିଷ ବିକ୍ରି ନିଷେଧ । ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଉ ବଡ଼ଦାଣ୍ଡ କିମ୍ବା ଶ୍ରୀମନ୍ଦିରର ୨ କିଲୋମିଟର ପରିଧି ଯାଏଁ ମଦ ଓ ଆମିଷ ବିକ୍ରି ହୋଇପାରିବନି । ମଦ ବାର ଖୋଲାଯିବାକୁ ମଧ୍ୟ ବାରଣ କରାଯାଇଛି ।

ସବୁଦିନ ପାଇଁ କାର୍ଯ୍ୟକାରୀ ହେବ ଏହି ନିୟମ ।ତେବେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ଆଖପାଖରେ ଥିବା ସବୁ ଘର ଗୁଡିକର ରୂପରେଖ ମଧ୍ୟ ବଦଳିବ । ଘର ଗୁଡ଼ିକରେ ଓଡିଶାର ସଂସ୍କୃତି ତଥା କଳିଙ୍ଗର ଐତିହ୍ୟ ଛପା ଯିବ । ଯାହା ଆମ ଜଗନ୍ନାଥ ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବ । ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.