ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶା କୁ ପ୍ରବେଶ କରିଛି। ଏହାର ପ୍ରଭାବରେ ସାରା ଓଡିଶାରେ ଲାଗିରହିଛି ବର୍ଷା। ରାଜ୍ୟ କୁ ମୌସୁମୀ ଛୁଇଁବା ଯୋଗୁଁ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସ୍ବାଭାବିକ ବର୍ଷା ଲାଗି ରହିଛି। ଏହା ସହ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ଯାଏଁ ରାଜ୍ଯ ର ବିଭିନ୍ନ ଜିଲ୍ଲା ରେ ପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଜୁନ୍ ମାସରେ ହେଉଥିବା ବର୍ଷା ରେ ଚାଷକାର୍ଯ୍ୟ କରିବାକୁ ସଂପୂର୍ଣ୍ଣ ଅନୁକୂଳ।
ଗତ ୨୪ ଘଣ୍ଟାରେ ସାରା ରାଜ୍ଯ ରେ ୧୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୯ . ୨ ମିଲିମିଟର ଠାରୁ ୮୮ ପ୍ରତିଶତ ଅଧିକ। ଗତ ୪୮ ଘଣ୍ଟା ଭିତରେ ମୌସୁମୀ ରାଜ୍ଯ ରେ ସକ୍ରିୟ ରହିଛି ଓ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ ୧୧ ଟି ଜିଲ୍ଲା ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ରାୟଗଡା ଜିଲ୍ଲା କଲନାରା ଠାରେ ୧୧୨.୨ ମିଲିମିଟର , ବୌଦ୍ଧ ରେ ୧୧୧ ମିଲିମିଟର, ଯାଜପୁର ସୁକିନ୍ଦା ରେ ୭୯ ମିଲିମିଟର, ଜଗତସିଂହପୁର ଓ ପାରାଦୀପରେ ୭୭.୭ ମିଲିମିଟର, ଗଞ୍ଜାମ ଜିଲ୍ଲା ର ମାଧବରିଡା ରେ ୭୭.୬ ମିଲିମିଟର, କଳାହାଣ୍ଡି ଜିଲ୍ଲା ର ନର୍ଲା ଠାରେ ୭୪ ମିଲିମିଟର, କଟକ ର ବାଙ୍କୀ ଠାରେ ୭୩ ମିଲିମିଟର, ବୌଦ୍ଧ ଜିଲ୍ଲା ର ଖଇରାମାଳ ଠାରେ ୭୦ ମିଲିମିଟର ଓ ସୋନପୁର ରେ ୬୫.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏବେ ସାରା ରାଜ୍ଯ ରେ ପ୍ରବଳ ବର୍ଷା ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଗତ ୧୪ ତାରିଖରେ ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା ଥିଲା ଯାହା ଏବେ ଭରଣା ହୋଇ ଆଜି ସୁଦ୍ଧା ୭୮.୭ ମିଲିମିଟର ରହିଛି। ପାଖାପାଖି ୩୮ ପ୍ରତିଶତ କମ୍ ବର୍ଷା ରହିଛି। ୭ ଦିନ ଭିତରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଟି ଜିଲ୍ଲା ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହା ସହ ୨୩ ଟି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜୁନ୍ ମାସରେ ପ୍ରାୟ ୨୧୫ ମିଲିମିଟର ବର୍ଷା ହେବା କଥା। ସେଥିରୁ ୧୯ ପ୍ରତିଶତ ବେଶୀ ଓ କମ୍ ରହୁଛି। ଆସନ୍ତା କିଛିଦିନ ଭିତରେ ଏହା ସ୍ବାଭାବିକ ହୋଇଯିବ। ବର୍ଷା ସତ୍ତ୍ବେ ମଧ୍ଯ ଗୁଳୁଗୁଳି ଲାଗି ରହିବ। ଭୁବନେଶ୍ୱର ଓ କଟକ ରେ ଦିନବେଳା ଯଦିଓ ଖରା ରହିବ କିନ୍ତୁ ସନ୍ଧ୍ଯା ସମୟରେ ବର୍ଷା ଲାଗି ରହିବ।