ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ : ଅଶ୍ବିନୀ ବୈଷ୍ଣବ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏପରିକି ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ବାଲେଶ୍ଵରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଉପରେ ।ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ । ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ ମୃତକ ସଂଖ୍ୟା ୩୦୧କୁ ବୃଦ୍ଧି ଘଟିଛି।

କିନ୍ତୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିବା ସହ ଏହି ଦୁର୍ଘଟଣା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ଏପରିକି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।ତେବେ ବିରୋଧୀଙ୍କ ଇସ୍ତଫା ଦାବି ନେଇ ଜବାବ ରଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,

ସେ କହିଛନ୍ତି, ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ । ଲୋକେ କିପରି ଉଦ୍ଧାର ହେବେ, କିଭଳି ସୁରକ୍ଷିତ ଭାବେ ଘରେ ପହଞ୍ଚିବେ ସେ ଦିଗରେ କାମ ଜୋରଦାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର କାର୍ଯ୍ୟ ଜୋରଦାର ଚିଲିଛି । କେମିତି ଦୁର୍ଘଟଣା ଘଟିଲା ସେନେଇ ଯାଞ୍ଚ ମଧ୍ୟ ଚାଲିଛି । ୧୫ରୁ ୨୦ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରାଯିବ । ଏହି ଦୁର୍ଘଟଣା ପାଇଁ ଯିଏ ବି ଦାୟୀ ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।

ସେହିଭଳି ଟ୍ରେନର ସୁରକ୍ଷା ‘କବଚ’କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଯାଞ୍ଚ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରନ୍ତୁ, ସବୁକିଛି ସ୍ପଷ୍ଟ ହୋଇଯିବ । ତେଣୁ ବର୍ତ୍ତମାନ ଏହାକୁ ନେଇ କୌଣସି ରାଜନୀତି କରାନଯାଉ

Leave A Reply

Your email address will not be published.