ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଦଳିଲା ସ୍କୁଲ ସମୟ: ଏଣିକି ସକାଳୁଆ ହେବ ସ୍କୁଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଦଳିଲା ସ୍କୁଲ ସମୟ । ଏପ୍ରିଲ ୨ରୁ ଏଣିକି ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରଜ୍ଯସରକାର। ସକାଳ ୬ଟା ୩୦ରୁ ୧୦ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହେବ । ସେହିପରି ନବମ ଓ ଦଶମ ଶ୍ରେଣୀଙ୍କ ପାଠପଢା ସକାଳ ୭ଟାରୁ ୧୧ ଟା ଯାଏଁ ଚାଲିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆହୁରି ବଢ଼ିବ ତାତି। ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ମଧ୍ୟରେ ଆଗକୁ ଆହୁରି ଅସହ୍ୟ ଗରମ ଲାଗି ରହିବ। ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତିରେ ଛଟପଟ ହେବେ ଲୋକେ। ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ।ଦିନର ସବୋର୍ଚ୍ଚ ତାପମାତ୍ରା ପାଖାପାଖି ୨ରୁ ୩ଡିଗ୍ରୀ ବଢ଼ିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଠାରୁ ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

 

Leave A Reply

Your email address will not be published.