ନୃତ୍ୟlଞ୍ଜଳିର 31ତମ ମହୋତ୍ସବର ତୃତୀୟ ଓ ଅନ୍ତିମ ସନ୍ଧ୍ୟାରେ ବଂଶୀ ବାଦନ ସହ ଓଡିଶୀ ନୃତ୍ୟ ବିଭୋର ଦର୍ଶକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାରା ବିଶ୍ୱରେ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ତାଙ୍କର ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓ ପ୍ରଶଂସିତ ଓଡିଶୀ ନୃତ୍ୟ। ଓଡିଶୀ ନୃତ୍ୟ ସଂଗୀତ ତଥା ନାଟ୍ୟ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 31 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟଞ୍ଜଳି ” ଅନୁଷ୍ଠାନର 31ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବର ତୃତୀୟ ଦିବସ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା। ରାଜ୍ୟ, ଦେଶ ତଥା ବିଦେଶର 55 ରୁ ଉର୍ଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ ।

ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ମାନ୍ୟବର ସଂlସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଗୁରୁ ରତିକାନ୍ତ ମହାପାତ୍ର ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ,ନୃତ୍ୟଞ୍ଜଳିର ସଭାପତି ସୁକାନ୍ତ କୁଣ୍ଡୁ, ସମ୍ପାଦକ ପୁଷ୍ପରଞ୍ଜନ ମଙ୍ଗରାଜ,ଗଙ୍ଗାଧର ବିଶ୍ୱାଳ ଆଦି ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ବିଶିଷ୍ଟ ଅଭିନେତା ଅଶ୍ରୁ ମୋଚନ ମହାନ୍ତିଙ୍କୁ ନୃତ୍ୟଞ୍ଜଳୀ ଯୁବ କଳାକାର ପ୍ରତିଭା ସମ୍ମାନରେ ବିଶିଷ୍ଟ ବଂଶୀ ବାଦକ ଗୁରୁ ସୌମ୍ୟ ରଞ୍ଜନ ଯୋଶୀଙ୍କୁ, ସୁକାନ୍ତ କୁଣ୍ଡୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବାରୁ ତାଙ୍କୁ ବିଶେଷ ସମ୍ବର୍ଦ୍ଧିତ ଏବଂ ତବଲା ବାଦକ ବିଶ୍ୱରଂଜନ ନନ୍ଦ ଓ ଅୟସପ୍ରଭ ରାଉତ ଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.