ନୂଆଁଖାଇ ପାଇଁ ମା’ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

0

ଓଡ଼ିଆ ନ୍ୟୁଜ୍: ନୂଆଁଖାଇ ପାଇଁ ମା’ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ।ବଳବସପୁର ବେହେରା ପରିବାର ସରିଆ ଧାନ ଧରି ପହଞ୍ଚିଲେ।ସମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା ସରିଆ ଧାନ।ନୂଆଁଖାଇ ଦିନ ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ନବାନ୍ନ ଲାଗି ହେବ।ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଥିଲା। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ (ଗୁରୁବାର) ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି।

ରାଜା ରାଜୁଡ଼ା ଅମଳରୁ ଚାଲିଆସୁଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶନିବାର ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜକ ସନ୍ତୋଷ ପଣ୍ଡା ଓ କୈଳାସ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ପଣ୍ଡିତମଣ୍ଡଳୀଙ୍କ ଦ୍ବାରା ଲଗ୍ନ ବାହାର କରାଯାଇଥିଲା।

Leave A Reply

Your email address will not be published.