ଓଡ଼ିଆ ନ୍ୟୁଜ୍: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ। ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର।ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି। ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି।ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ।ଅକ୍ଟୋବର ୨୨ରେ ଯାଞ୍ଚ, ୨୪ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଉପନିର୍ବାଚନର ବିଜ୍ଞପ୍ତି ୧୩ ନଭେମ୍ବର ୨୦୨୫ରେ ପ୍ରକାଶ ପାଇବ। ପ୍ରତ୍ୟାଶୀମାନଙ୍କ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର, ଯାଞ୍ଚ ୨୨ ଅକ୍ଟୋବର ଓ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ରହିଛି। ଚୂଡ଼ାନ୍ତ ଭୋଟର ତାଲିକା ୯ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇବ, ଯାହା ୧ ଜୁଲାଇ ୨୦୨୫ରୁ ଯୋଗ୍ୟତା ଅନୁସାରେ ପ୍ରସ୍ତୁତ ହୋଇଛି।
ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିୟାଙ୍କର ୮ ସେପ୍ଟେମ୍ବର ୨୦୨୫ରେ ଅକାଳ ବିୟୋଗ ପରେ ଏହି ଆସନ ଖାଲି ହୋଇଛି। ଢୋଲକିୟା ୨୦୨୪ ନିର୍ବାଚନରେ ନୂଆପଡ଼ାରୁ ଜିତିଥିଲେ ଏବଂ ୨୦୨୨-୨୦୨୪ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ। ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଢୋଲକିୟାଙ୍କ ମୃତ୍ୟୁ ବିଜେଡିର ୫୧ ବିଧାୟକ ସଂଖ୍ୟାକୁ ୫୦କୁ ହ୍ରାସ କରିଛି, ଯାହା ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ।