ନୂଆପଡ଼ାରେ କିଏ ମାରିବ ବାଜି ?

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ କିଏ ମାରିବ ବାଜି ? କିଏ ପିନ୍ଧିବ ନୂଆ ତାଜ । କାହାର ହେବ ନୂଆପଡ଼ା । ସମସ୍ତଙ୍କ ଛାତି ଧକଧକ । ଚାଲିଛି ପୂଜାର୍ଚ୍ଚନା । ଇଭିଏମ୍‌ରୁ ଖୋଲିବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସ୍ଥାନୀୟ ନ୍ୟାସନାଲ କଲେଜରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ଫଳାଫଳକୁ ନେଇ ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ନୂଆପଡ଼ା ଆସନର ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ସମସ୍ତଙ୍କ ଛାତି ଏବେ ଦୁକୁଦୁକୁ।

ସକାଳ ୮ଟାରେ ନ୍ୟାସନାଲ କଲେଜସ୍ଥିତ ଷ୍ଟ୍ରଙ୍ଗରୁମ ଖୋଲାଯାଇଛି । ପ୍ରଥମେ ବାଲଟ୍ ପେପର ଭୋଟ ଗଣତି ଚାଲିଛି ଓ ସାଢ଼େ ୮ଟାରୁ ଇଭିଏମ୍‌ ଗଣତି ଆରମ୍ଭ ହେବ । ୩୫୮ଟି ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଗଣତି ସହାୟକ, ସୁପରଭାଇଜର, ମାଇକ୍ରୋ ପର୍ଯ୍ୟବେକ୍ଷକ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.