ଭାଙ୍ଗିଲା ବିଜେଡି ଗଡ଼, ନୂଆପଡାରେ ଜୟ ଢୋଲକିଆଙ୍କ ବଡ଼ ବିଜୟ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କ ବଡ଼ ବିଜୟ। ୮୩ ହଜାର ୭୪୮ ଭୋଟ୍‌ରେ ଜିତିଲେ ଜୟ ଢୋଲକିଆ। କଂଗ୍ରେସର ଘାସିରାମ ମାଝୀଙ୍କୁ ହରାଇଲେ ବିଜେପିର ଜୟ ଢୋଲକିଆ।ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡିର ସ୍ନେହାଙ୍ଗିନୀ ଛୁରିଆ।

ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।

ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହୋଇଥିଲା । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

Leave A Reply

Your email address will not be published.