ଭୋଟ ଦେଉଛି ନୂଆପଡା

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ମତଦାନ।୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ।୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍। ସମ୍ବେଦନଶୀଳ ବୁଥ୍‌ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍‌ରେ ୫ଟା ଯାଏଁ ଭୋଟିଂ। ସୁରକ୍ଷା ଦାୟିତ୍ବରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ।

ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ପୂର୍ବତନ ବିଜେଡି ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟଦିଗରେ କଂଗ୍ରେସ ଘାସିରାମ ମାଝୀଙ୍କ ଉପରେ ଭରସା କରିଛି ।

ତେବେ ଏହି ନିର୍ବାଚନ ଉଭୟ ବିଜେପି ଏବଂ ବିଜେଡି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦଳର ଅନେକ ତୁଙ୍ଗ ନେତା ଏବଂ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ବିଜୟୀ ପାଇଁ ଜୋରଦାର ପ୍ରଚାର କରିଥିଲେ । ଗୋଟିଏ ଦିଗରେ ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ଏହି ନିର୍ବାଚନ ସରକାର ଏବଂ ଦଳ ଉପରେ ଜନତାଙ୍କ ଆସ୍ଥା ଏବଂ ବିଶ୍ୱାସ ଆଗ ଭଳି ରହିଛି ନା ନାହିଁ ତାହା ପ୍ରକାଶ କରିବ । ସେପଟେ ବିଜେଡି ପାଇଁ ଏହା ଅଗ୍ନିପରୀକ୍ଷା । ଯାହା ପରାଜୟ ପରେ ଦଳ ତ୍ରୁଟି ସୁଧାରିଛି ନା ନାହିଁ ତାହା ଦର୍ଶାଇବ ।

Leave A Reply

Your email address will not be published.