ନୂଆପଡ଼ାରେ ବିଜେପିର ବଡ଼ ମିଶ୍ରଣ ପର୍ବ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିର ଶକ୍ତି ବୃଦ୍ଧି।ବିଜେପିରେ ସାମିଲ୍ ହେଲେ ବରିଷ୍ଠ ନେତା ଭୁଜବଳ ଅଡ଼ବାଙ୍ଗ। ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ୬ ହଜାର ଭୋଟ୍ ପାଇଥିଲେ ଭୁଜବଳ।ଆଇନଜୀବୀ ଘାସିରାମ ବାଗ୍, ଅଶୋକ ଦେବଗାନ ବିଜେପିରେ ମିଶିଲେ।ଗୋପାଳ ସମ୍ରାଟ ଓ ପୂର୍ଣ୍ଣଚନ୍ଦ୍ର ସାହୁ ମଧ୍ୟ ବିଜେପିରେ ମିଶିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମିଶିଲେ।

ଭୁଜବଳ ଅଡବାଙ୍ଗ ଗତ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ନିର୍ବାଚନମଣ୍ଢଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ପାଖାପାଖି ୬ ହଜାର ଭୋଟ ପାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନୂଆପଡାବାସୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ଏବଂ ତାଙ୍କର ନୂଆପଡା ଜିଲ୍ଲା ପ୍ରତି ଭଲ ପାଇବା ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କାରଣରୁ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଅଡବାଙ୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ, ଡ.ମୁକେଶ ମହାଲିଙ୍ଗ, ସାଂସଦ ଅନନ୍ତ ନାୟକ, ପ୍ରଦୀପ ପୁରୋହିତ, ସୁଜିତ କୁମାର, ରବିନାରାୟଣ ବେହେରା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢୀ, ରାଜ୍ୟ ଉପ ସଭାପତି ଅଶୋକ ମିଶ୍ର, ଜିଲ୍ଲା ପ୍ରଭାରୀ ଅର୍ତତ୍ରାଣ ମହାପାତ୍ର, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।

 

Leave A Reply

Your email address will not be published.