ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ ପୁଣି ବାଘ ଆତଙ୍କ। ଗୁହାଳରେ ପଶି ଗାଈକୁ ମାରି ଖାଇଲା କଲରାପତରିଆ ବାଘ। ନୂଆପଡା ରେଞ୍ଜ ଧରମବନ୍ଧା ବିଟ ପଣ୍ଡରିପାଣି ଗାଁରେ ଏହି ଘଟଣା ଘଟିଛି। ମୃତ ଗାଈ ଗାଁର ମୁଞ୍ଚୁ ରାଉତଙ୍କ ବୋଲି ଜଣା ପଡିଛି।
ବିଳମ୍ବିତ ରାତିରେ ଗାଈ ରଡି ଛାଡିବାରୁ ଘର ଲୋକେ ଉଠି ପଡ଼ିଥିଲେ। ପରିବାର ଲୋକେ ବାଘକୁ ଦେଖିଥିବା କହିଛନ୍ତି। ଖବର ପାଇ ମଧ୍ୟ ଦୀର୍ଘ ୧୨ ଘଣ୍ଟା ପରେ ଘଟଣାସ୍ଥଳରେ ବନ ବିଭାଗୀୟ କର୍ମଚାରୀ ମାନେ ପହଞ୍ଚିଛନ୍ତି। ଲଗାତାର ସେହି ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଉଥିବା ବେଳେ ନୂଆପଡା ବନ ବିଭାଗର ଅବହେଳା ପାଇଁ ବାରମ୍ବାର ଅନେକ ଜନ ଜୀବନ ପ୍ରାଣ ହରାଉଥିବା ଲୋକେ ଅଭିଯୋଗ କରିଛନ୍ତି।