ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ଅଧିବେଶନ। ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି। ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବ ନିର୍ବାଚିତ ବିଧାୟକ । ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। ସେହିପରି ବିଧାୟକ ଭାବେ ରବି ନାୟକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ବି ଶପଥ ନେଇଛନ୍ତି। ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।  ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ।

ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ଦିଆଯିବ। ସୁରକ୍ଷା ଦାୟିତ୍ୱରେ ୭୫ ପୁଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ନିଜେ ପୁଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି।

Leave A Reply

Your email address will not be published.