ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ଓଡିଆ ଝିଅ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ, ମନୀଷା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଥିଲା। ଏହାପରେ ଆଜି ଠାରୁ ସେ ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି।

ମନୀଷା ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେବା ମହିଳା ଶସକ୍ତି କରଣ ଉପରେ ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ । ଦେଶର ପ୍ରଥମ ମହିଳା ଓ ଜଣେ ଓଡିଆ ଭାବେ ମନୀଷା ପାଢୀ ଏଡିସି ଭାବେ ନିଯୁକ୍ତି ପାଇଛନ୍ତି । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ତାଙ୍କର ବାପା ଓ ମାଆ ଭୁବନେଶ୍ବରରେ ରୁହନ୍ତି। ଭୁବନେଶ୍ବର ସି ଭି ରମଣ କଲେଜ ଅଫ ଇଞ୍ଜିନିୟରିଂ କଲେଜରୁ ଶିକ୍ଷାଲାଭ କରିଛନ୍ତି ମନୀଷା । ଝିଅର ଏପରି ସଫଳତା ପରେ ବେଶ ଖୁସି ଅଛନ୍ତି ମନୀଷାଙ୍କ ପରିବାର ବର୍ଗ । ବର୍ତ୍ତମାନ ମନୀଷାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।ରାଜ୍ୟପାଳ ହରିବାବୁ କାମଭାମପତି ଟ୍ବିଟ କରି କହିଛନ୍ତି ଯେ, ସ୍କ୍ୱାର୍ଡନ ଲିଡର ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ହୋଇଛନ୍ତି । ଏଥିପାଇଁ ମନୀଷାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମନୀଷା ହେଉଛନ୍ତି ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯିଏକି ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ।

ସ୍କ୍ୱାର୍ଡନ ଲିଡର ମାନୀଷା ପାଢ଼ୀ ଔପଚାରିକ ଭାବରେ ଗତ ବୁଧବାର ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୋଗ ଦେବା ପରେ ସେ ପ୍ରଥମେ ରାଜ୍ୟପାଳଙ୍କୁ ରିପୋର୍ଟ କରିଥିଲେ, ଯେଉଁଠି ରାଜଭବନରେ ମିଜୋରାମର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା। । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ, କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି । ଏଭଳି ଏକ ଉପଲବ୍ଧି ହାସଲ କରି ଜିଲ୍ଲା ରାଜ୍ୟ ସହ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି ମନୀଷା ।

Leave A Reply

Your email address will not be published.