ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

0

ଓଡ଼ିଆ ନ୍ୟୁଜ୍: ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଓ ତଡ଼ି ପାର୍‌ ପାଇଁ ସ୍ୱତନ୍ତ୍ର କାର୍ଯ୍ୟବାହିନୀ କମିଟି।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ। ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଓ ୨ଟି ରାଜ୍ୟସ୍ତରୀୟ ଅଟକ କେନ୍ଦ୍ର ଖୋଲିଛି।୧୭୬୮ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୫୧ ଅବୈଧ ଘୋଷଣା।ବର୍ତ୍ତମାନ ବି ୫୦ ସନ୍ଦିଗ୍ଧଙ୍କ ପରିଚୟ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସ୍ୱତନ୍ତ୍ର ଆପ୍‌ ଜରିଆରେ ଚିହ୍ନଟ ହେଉଛି ଅନୁପ୍ରବେଶକାରୀ ବାଂଲାଦେଶୀ।ବରିଷ୍ଠ ଗୁଇନ୍ଦା ଅଧିକାରୀ ସମ୍ଭାବ୍ୟ ଅନୁପ୍ରବେଶ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି।

ବାଂଲାଦେଶୀକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣ ଙ୍କୁ ବାଂଲାଦେଶ ପଠା ଗଲାଣି । ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠାଯାଇଛି । ୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି । ସେମାନଙ୍କ ବିରୋଧରେ ମକଦ୍ଦମା ରଜ୍ଜୁ କରାଯାଇଛି ।

Leave A Reply

Your email address will not be published.