ରାଜ୍ୟ ସରକାରବନ୍ୟା ପରିଚଳନାରେ ବିଫଳ, ସରକାରଙ୍କର ପୂର୍ବ ପ୍ରସ୍ତୁତି ନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟବାସୀ: ପୃଥ୍ଵୀରାଜ ହରିଚନ୍ଦନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ମହାନଦୀ ସିଷ୍ଟମ ରେ ଆସିବା ଥିବା ବନ୍ୟା ମନୁଷ୍ୟକୃତ । ରାଜ୍ୟ ସରକାର ବନ୍ୟା ପରିଚଳନାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କର ଅବହେଳା ଓ ଦାୟିତ୍ବ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଛତିଶଗଡ଼ ସହ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୂଲ କର୍ଭର ଉଲଘଂନ ଏବଂ ବନ୍ଧ ବାଡର ସଠିକ ସମୟରେ ମରାମତି ନକରାଯିବା କରଣରୁ ଏଭଳି ସ୍ଥିତି ସୃଷ୍ଟି ହେଲା । ଯାହା ଦ୍ୱାରା ଧନ ଜୀବନ ନଷ୍ଟ ହେବା ବ୍ୟାପକ ଫସଲ ହାନି ହୋଇଛି ।

କଚ୍ଚା ଘର ବି ଅନେକ ଭାଙ୍ଗିଛି । ଏପରିକି ପ୍ରଶାସନ ପଲିଥିନ ଖଣ୍ଡିଏ ବି ଯୋଗାଇ ଦିଆ ଯାଇ ନାହିଁ। ବନ୍ୟା ଆସିବାର ୪ ଦିନ ପର୍ଯ୍ୟନ୍ତ ରିଲିଫ ଅପରେସନ ହେଲା ନାହିଁ । ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ବି ଦିଆ ଯାଇନଥିଲା । ଲୋକଙ୍କୁ କେବଳ ଭଗବାନ ଭରଷା ରେ ଛାଡି ଦିଆଗଲା । ଦାୟିତ୍ୱ ହୀନ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ଏହା ସହ ବନ୍ୟା ସ୍ଥିତି ମୁକାବିଲା ଲାଗି ସ୍ଥାୟୀ ପ୍ରତିକାର ଏବଂ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହେଉ ବୋଲି ବିଜେପି ସାଧାରଣ  ସମ୍ପାଦକ  ପୃଥ୍ଵୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେପଟେ ବିଜେପିର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ସେ କହିଛନ୍ତି  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିରୋଧୀ ବିଜେପିର ସମାଲୋଚନା କରିବା ପୁରୁଣା ଅଭ୍ୟାସ। ଲୋକଙ୍କ ପାଖକୁ ନ ଯାଇ ଗଣ ମାଧ୍ୟମରେ ବୟାନ ରଖୁଛନ୍ତି ବିରୋଧୀ । ସରକାରଙ୍କ ବନ୍ୟା ପରିଚାଳନା ସଠିକ ଭାବରେ ହେଉଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସବୁ ସାହାଯ୍ୟ ଦିଆଯାଉଛି।

Leave A Reply

Your email address will not be published.