ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲା ବିଜେପି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଆଜି ପାର୍ଲାମେଣ୍ଟ ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ପ୍ରଦୀପ ପୁରୋହିତ,କୁଚିଣ୍ତା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ଯ ସାଧାରଣ ସଂପାଦକ ରବି ନାୟକ ପ୍ରମୁଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କୁ ଭେଟି କୃଷକ ମାନଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ସମସ୍ଯା ଦିଗରେ ଅବଗତ କରାଇ ଥିଲେ । ବୀମା କମ୍ପାନୀ କିଭଲି ଚଞ୍ଚକତା କରି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ତାର ଦୃଷ୍ଟି ଆକର୍ଷଣ କରିଥିଲେ ।

ତୁରନ୍ତ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇ ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଚାଷୀ ମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ସହ ବୀମା ପ୍ରିମିୟମ ଜମା କରିଥିବା ଓଡ଼ିଶାର ସମସ୍ତ ଚାଷୀ ଯେଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ପାଇବାରୁ ବଞ୍ଚିତ ନ ହେବେ ସେ ଦିଗରେ କେନ୍ଦ୍ର କୃଷିମନ୍ତ୍ରୀ ତୋମରଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.