୨୦୨୬-୨୭ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ

0

ଓଡ଼ିଆ ନ୍ୟୁଜ୍: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ବିଧାନସଭାରେ ଅର୍ଥନୀତିକ ସର୍ଭ ଉପସ୍ଥାପନ କରିଥିଲେ । ଅର୍ଥନୈତିକ ସର୍ଭରେ ବିକାଶର ଗୋଲାପୀ ଚିତ୍ର ରଖିଥିଲେ ସରକାର । ବଜେଟର ଅର୍ଥନୀତିକ ସର୍ଭରେ କରାଯାଇଥିବା ଆଗୁଆ ଆକଳନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି ।

ରାଜ୍ୟ ସରକାରଙ୍କ ଭିଜନ୍ ୨୦୩୬ ଓ ୨୦୪୮ ଦୃଷ୍ଟିରେ ରଖି ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.