ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି ଅପ୍ରତିଦ୍ବନ୍ଦୀ ଜନନେତା ନବୀନ ପଟ୍ଟନାୟକ, କ୍ରମାଗତ ୫ ଥରର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ମନରେ ନାହିଁ ଟିକିଏ ଅହଂକାର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ।ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ସମଗ୍ର ଭାରତବର୍ଷର ଅଦ୍ୱିତୀୟ ନେତା । କୋଟି କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି । କ୍ରମାଗତ ୫ ଥରର ମୁଖ୍ୟମନ୍ତ୍ରୀ ।ଓଡ଼ିଶାର ଜନଜୀବନରେ ହୃଦସ୍ପନ୍ଦନ ପାଲଟିଥିବା ସଫଳତାର ଏହି ମହାନାୟକଙ୍କୁ ରାଜନୀତିରେ ବିସ୍ମୟ ବୋଲି କୁହାଯାଉଛି । ୫୧ ବର୍ଷ ବୟସରେ ରାଜନୀତି ଆରମ୍ଭ ବେଳେ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଳରେ ବଳୀୟାନ୍ ହୋଇଥିଲେ । ମାତ୍ର ନିଜ ବଳରେ ବଳୀୟାନ୍ ହେବା ପାଇଁ ତାଙ୍କୁ ବେଶୀ ସମୟ ଲାଗିଲାନି । ସରଳ, ସଚ୍ଚୋଟ ଓ ଜନପ୍ରିୟ ନେତା ଭାବେ ସେ ଇତିହାସ ପାଲଟିଲେଣି । ତାଙ୍କ ଦୃଢ଼ ନେତୃତ୍ୱ, ବ୍ୟକ୍ତିତ୍ୱ, ଲୋକପ୍ରିୟତା ଓ ସଫଳତାର ରହସ୍ୟ ଗବେଷଣାର ବିଷୟ ହେଲାଣି । ବୟସର ଛାପ ତାଙ୍କ ସଫଳତାର ସିଢ଼ିକୁ ତଥାପି ଅଟକାଇପାରିନାହିଁ ।
ରାଜ୍ୟବାସୀଙ୍କ ସ୍ନେହ ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ରୁଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସବୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ। ତେବେ ମୁଖ୍ୟମନ୍ତ୍ରୀ Make in Odisha କାର୍ଯ୍ୟକ୍ରମ ପାଇଁ Hyderabad ଗସ୍ତରେ ଯାଉଥିବାରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି।