ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପରିମଳ କର୍ମଚାରୀଙ୍କୁ ମିଳିବ ଜୀବନ ବୀମା

0

ଓଡ଼ିଆ ନ୍ୟୁଜ୍: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ସରକାର ମୋବାଇଲ ଦେବେ। ସହରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.