ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ। ରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ଲୋକସେବା ଭବନରେ ଭିସି ମାଧ୍ୟମରେ ହେବ ବୈଠକ।ପଶ୍ଚିମ ଏସିଆ ଯୁଦ୍ଧ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେଥିରେ ମଧ୍ୟ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତାସହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ରାଜ୍ୟକୁ ନେଇଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଓଡ଼ିଶା ଫେରିଛନ୍ତି ।

ତେବେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସୋମବାର ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ଏକ ବଡ ବୈଠକ ନେବାକୁ ଯାଉଛି। ଯେଉଁଥିରେ କି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ। ଜିଲ୍ଲା ଗୁଡ଼ିକର କଣ ସବୁ ସ୍ଥିତି ରହିଛି ସେ ବାବଦରେ ଅବଗତ କରିବେ । ଏହାସହ ରାଜ୍ୟରେ ମହଜୁଦ୍ ଥିବା ବିଭିନ୍ନ ସାମଗ୍ରୀ କେଉଁ ଭଳି ଭାବେ ଲୋକଙ୍କ ନିକଟକୁ ସୁରୁଖୁରୁରେ ପହଞ୍ଚି ପାରିବ। କଳାବଜାରୀ ସମସ୍ୟା ଉପୁଜିବ ନାହିଁ, ସେଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ।

 

Leave A Reply

Your email address will not be published.