ଭଦ୍ରକକୁ ୨୭୪ କୋଟିର ପ୍ରକଳ୍ପ ଭେଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।ଶିଳାନ୍ୟାସ ସହ ରମ୍ଭିଳା ପଞ୍ଚାୟତ ଖେଳ ପଡ଼ିଆରୁ ବିଜେଡିକୁ କଲେ ଟାର୍ଗେଟ୍‌।୧୬ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନ ଥାଆନ୍ତି । ଆମ ସରକାର ସମସ୍ତଙ୍କ ଅଭିଯୋଗ ଶୁଣୁଛି, ରାଜଧାନୀ ବାହାରେ ବି ଶୁଣୁଛି।’5T ନାଁରେ ରଙ୍ଗ ମାରିବା ଓ ବାଜା ବଜାଇବାରେ ଚାଲିଯାଇଛି’।

ଆୟୁଷ୍ମାନ ଯୋଜନା ପୂର୍ବ ସରକାର ଲାଗୁ କରୁ ନଥିଲେ, ଆମେ କଲୁ’।’ଚାଷୀଙ୍କୁ ଶହେ ଚଙ୍କା ବୋନସ୍ ଘୋଷଣା କରିଥିଲେ, କିନ୍ତୁ ଦେଇ ପାରିଲେନି ପୂର୍ବ ସରକାର।ସୁଭଦ୍ରା ସହାୟତା ରାଶି ଉପଯୋଗ କରି ଲକ୍ଷପତି ଦିଦି ତିଆରି ହେଲେ’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave A Reply

Your email address will not be published.