ନ୍ୟାସନାଲ ହେରାଲଡ଼ କେସରେ ରାହୁଲ ଗାନ୍ଧୀଙ୍କୁ EDର ସମନ ମାମଲା: ଭୁବନେଶ୍ୱର ଇଡି ଅଫିସ ଆଗରେ ଗର୍ଜିଲା ରାଜ୍ୟ କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନ୍ୟାସନାଲ ହେରାଲଡ଼ ମାମଲା ରେ ରାହୁଲ ଗାନ୍ଧୀ ଙ୍କୁ ଇ ଡି ର ସମନ ନେଇ କଂଗ୍ରେସ ର ପ୍ରତିବାଦ।ଦେଶର ବିଭିନ୍ନ ସ୍ଥାନ ସହ ଭୁବନେଶ୍ୱର ଇ ଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଲା କଂଗ୍ରେସ।ସି ଆର ପି ଛକ ନିକଟରୁ ପଦ ଯାତ୍ରା ରେ ଆସି ଇ ଡି କାର୍ଯ୍ୟାଳୟ ଆଗରେ ଧାରଣା।ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ରମେଶ ଜେନା ଓ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ।ଇ ଡି କାର୍ଯ୍ୟାଳୟ ଆଗରେ ଧାରଣା କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା।

ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ମିଛ ମାମଲା ରେ ଫସାଇବାକୁ ଚେଷ୍ଟା କରାଯାଉଛି।
ବିଜେପି ଆକ୍ରୋଶ ମୂଳକ ରାଜନୀତି କରୁଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। ଇଡି ଚାପ ରେ କାମ ନ କରି ଆଇନ ଅନୁସାରେ କାର୍ଯ୍ୟ କରୁ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ କହିଛନ୍ତି ସତ କେବେ ଲୁଚି ରହେନା।ଇନ୍ଦିରା ଗାନ୍ଧୀଙ୍କ ସମୟରେ ମଧ୍ୟ ଏଭଳି କାଯ୍ୟ କରାଯାଇଥିଲା ତାର 3 ବର୍ଷ ପରେ କଂଗ୍ରେସ ସାରାକରକୁ ଆସିଥିଲା।

Leave A Reply

Your email address will not be published.