ରାଜ୍ୟରେ କରୋନା ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି l ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 39କୁ ବୃଦ୍ଧି ଘଟିଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ଏକାକୀ 32କୁ ବୃଦ୍ଧି ପାଇଛି l
ଗୋଟିଏ ଦିନରେ 18 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି l ଗତକାଲି ଦିପହରରେ ଦୁଇ ଜଣ ଏବଂ ସନ୍ଧ୍ୟାରେ 16 ଜଣ ଆକ୍ରାନ୍ତ ହୋଇଥିଲେ l ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 15 ଜଣ ବମିଖାଲ ଅଞ୍ଚଳର ସୂଚନା ମିଳିଛି l ଦୁଇ ଦିନ ତଳେ ଗୋଟିଏ ପରିବାରରୁ ତିନି ଭାଇ ଚିହ୍ନଟ ହେବା ପରେ ପ୍ରଶାସନ ସେହି ଦିନ ଠାରୁ ବମିଖାଲ ଅଞ୍ଚଳକୁ ସିଲ୍ କରିଦେଇଥିଲା l ସେମାନଙ୍କ ସଂସ୍ପର୍ଶରେ ଆଉ କେଉଁ ମାନେ ଆସିଛନ୍ତି ପ୍ରଶାସନ ତାହାର ଅନୁସନ୍ଧାନ ଜାରି ରଖିଛି l
Bhubaneshwar has about 30 active COVID positive cases. Most of them are linked to the first cases confirmed in Surya Nagar and Bomikhal. Almost all cases of Bomikhal are from one family. Both the clusters sealed and put under active surveillance. No need to panic @CMO_Odisha
— H & FW Dept Odisha (@HFWOdisha) April 6, 2020
ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ବମିଖାଲ ଅଞ୍ଚଳକୁ ସିଲ୍ କରିଦିଆଯାଇଛି l ସଂକ୍ରମିତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ପରୀକ୍ଷା କରାଯାଇ ପୃଥକବାସରେ ରଖାଯାଉଛି l ଲୋକମାନେ ଭୟଭୀତ ନହୋଇ ଘରେ ରହିବାକୁ ଅନୁରୋଧ କରାଯାଇଛି l ସେପଟେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଦେଇଛନ୍ତି ଯେ କରୋନା ବିରୋଧରେ ଲଢ଼େଇକୁ ଲୋକମାନେ ସହଯୋଗ କରନ୍ତୁ l ଯେଉଁମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଥିସହ ଘରେ ରହିବାକୁ ଅନୁରୋଧ କରିଛନ୍ତି l