ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ ଧରିଲା ପାକିସ୍ତାନର ଗୁଇନ୍ଦାଗିରି, ପୁଣେରୁ ମିଡିଲମ୍ୟାନ ଅଭିଜିତ ସଞ୍ଜୟ ଜମ୍ବୁରୀ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରୁ ପାକିସ୍ତାନ ଲିଙ୍କ । ଭାୟା ପୁଣେ । ପାକିସ୍ତାନ ସେନା ଗୁଇନ୍ଦାର ବ୍ୟୂହ ଭେଦିଲା ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ । ପୁଣେରୁ ଅଭିଜିତ ସଞ୍ଜୟ ଜମ୍ବୁରେଙ୍କୁ ଗିରଫ କରି ଏସଏଟିଏଫ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି । କିଏ ଏହି ସଞ୍ଜୟ ଜମ୍ବୁରୀ ? ପାକିସ୍ତାନ ପାଇଁ ସେ କେମିତି କାମ କରୁଥିଲା । ପୁନେରେ ୱିପ୍ରୋରେ କାମ କରୁଥିବା ଅଭିଜିତ ସଞ୍ଜୟ ଜମ୍ବୁରୀ ପାକିସ୍ତାନ ସେନାର ଦୁଇ ଗୁଇନ୍ଦା ଅଧିକାରୀଙ୍କ ସହ ସଂପର୍କ ଥିଲା । ଫେସବୁକ୍‌ରେ ଡାନିସ ଅଲ୍ଲୀ ସହ ବନ୍ଧୁତା ପରେ ଅଭିଜିତ ସେମାନଙ୍କ ସଂସ୍ପର୍ଶରେ ଆସିଥିଲା । ଅଭିଜିତର ପାସ ୱାର୍ଡ ଓ IDକୁ ବ୍ୟବହାର କରି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲା ଡାନିସ । ବଦଳରେ ଅଭିଜିତ ଆକାଉଣ୍ଟକୁ ପାକିସ୍ତାନରୁ ଆସୁଥିଲା ମୋଟା ଅଙ୍କର ଅର୍ଥ । ନିଜ ଭାଗ ରଖିବା ପରେ ପାକିସ୍ତାନର ଭାରତରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ କାମ କରୁଥିବା ଏଜେଣ୍ଟକୁ ସେ ଟଙ୍କା ଦେଉଥିଲା । ପାକିସ୍ତାନ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲାରେ ପୂର୍ବରୁ ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କୁ ଅଭିଜିତ ଟଙ୍କା ଦେଇଥିବା ଜଣାପଡ଼ିଛି ।

ଭାରତରେ ପାକ୍‌ ଟେରର ଫଣ୍ଡର ମାଷ୍ଟର ମାଇଣ୍ଡ ପାକ୍‌ ଆର୍ମୀର ବରିଷ୍ଠ ଗୁଇନ୍ଦା ଅଧିକାରୀ ଖୁରମ୍‌ ଅବଦୁଲ ହମିଦ । ସେ ଭାରତରେ ନିଜ ନେଟୱର୍କ ବିଛାଇଛି । ଏଥିରେ ଅଛନ୍ତି ବହୁ ପାକିସ୍ତାନୀ ଓ ଭାରତୀୟ ଏଜେଣ୍ଟ । ହମିଦର ନିର୍ଦ୍ଦେଶରେ ଅଭିଜିତ ଏହି ଟେରର ଫଣ୍ଡକୁ ଏଜେଣ୍ଟଙ୍କୁ ଦେଉଥିଲା ଅଭିଜିତ । ଅଭିଜିତ ୭ଜଣ ପାକିସ୍ତାନୀ ଓ ୧୦ ନାଇଜେରିଆ ନାଗରିକଙ୍କ ସହ ହ୍ଵାଟସଆପରେ କଥାବାର୍ତ୍ତା କରିଥିବା ତଦନ୍ତରୁ ସୂଚନା ମିଳିଛି ।  ଓଡ଼ିଶାରେ ପାକ୍‌ ଏଜେଣ୍ଟଙ୍କ ଚେର କେତେବାଟ ଲମ୍ବିଛି । ସେ ନେଇ ଖୋଳତାଡ଼ କରୁଛି ଏସଟିଏଫ । ଏହି ମାମଲାରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ଏସଟିଏଫ ହାତରେ ଲାଗିଛି । ଏବେ ରିମାଣ୍ଡରେ ଅଭିଜିତ ଆସିବା ପରେ ପାକ୍‌ ଏଜେଣ୍ଟଙ୍କ ଓଡ଼ିଶା ଲିଙ୍କର ଖୋଲିବ ଗୁମର ।

Leave A Reply

Your email address will not be published.