ନବୀନଙ୍କୁ ଭେଟିଲେ ଓଡ଼ିଶା ଫୁଟବଲ କ୍ଲବ ଖେଳାଳୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏପ୍ରିଲ ୨୫ରେ କେରଳର କୋଝିକୋଡସ୍ଥିତ ଇଏମ୍‌ଏସ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମୁକାବିଲାରେ ଓଡ଼ିଶା ଏଫସି ୨-୧ ଗୋଲରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଏଫିସିକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ଦେଶର ଅନ୍ୟତମ ବୃହତ୍‌ ଏହି ପୁରୁଷ ଘରୋଇ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସ୍ଥିର ପ୍ରଦର୍ଶନ କରି ଫାଇନାଲ ଟିକଟ ହାସଲ କରି ଶେଷରେ ଫେଭରାଇଟ୍‌ ବିବେଚିତ ହେଉଥିବା ବେଙ୍ଗାଲୁରୁକୁ ପରାସ୍ତ କରି ବାଜି ମାରିଥିଲା। ଏହା ଓଡ଼ିଶା ପାଇଁ ଐତିହାସିକ ସଫଳତା ବିବେଚିତ ହୋଇଛି। ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶା ଏଫସି ଖେଳାଳି ।

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେମାନଙ୍କର ସଫଳତା ହେଉଛି ସେମାନଙ୍କର ପ୍ରତିବଦ୍ଧତା ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାର ସଂକଳ୍ପ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦଳ ପାଇଁ ଅବଦାନ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେରଳରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ୧୬ ଟି ଟିମ୍ ଭାଗ ନେଇଥିବା ବେଳେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ଏଥିରେ ଭାଗ ନେଇଥିଲା ।ପ୍ରଥମ ଥରରେ ହିଁ ଚାମ୍ପିଅନ୍ ହୋଇଛି ଦଳ। ଆଇ.ଏସ.ଏଲରେ ଦଳ ସେତେ ମାତ୍ରାରେ ଭଲ ପ୍ରଦର୍ଶନ କରି ପାରିନଥିଲେ ମଧ୍ୟ ସୁପର କପରେ ଦମଦାର ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛି ।

ଓଡିଶା ଏଫସି ସମସ୍ତ ଖେଳାଳି, କୋଚ , ସଭାପତି,କ୍ଲବ ମ୍ୟାନେଜର ଓ ମନୋସତ୍ତ୍ୱବିତ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଦେଖାଇଥିଲେ । ଏହା ସହିତ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଭିତ୍ତଭୂମିର ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

 

Leave A Reply

Your email address will not be published.