ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ନଜର ପକାନ୍ତୁ କାହାକୁ କେଉଁ ବୋର୍ଡ ଓ ନିଗମର ଦାୟିତ୍ବ ମିଳିଛି। ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ କଳିକେଶ ସିଂହଦେଓ, ଆପିକଲ୍ର ଅଧ୍ୟକ୍ଷ ଭାବେ ପ୍ରଭାତ ଆଦିତ୍ୟ ମିଶ୍ର, ORHDCର ଅଧ୍ୟକ୍ଷ ରୂପେ ଡି. ବିଶ୍ୱନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଲେନିନ ମହାନ୍ତି-ଓଟିଡିସି ଅଧ୍ୟକ୍ଷ, ଅମରେଶ ପତ୍ରୀ- ଉଠାଜଳସେଚନ ନିଗମର ଅଧ୍ୟକ୍ଷ, ବିଜୟ ନାୟକ-ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର-ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ, ଚିନ୍ନୟ ସାହୁ-ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ, ସତ୍ୟବ୍ରତ ତ୍ରିପାଠୀ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଏବଂ ସଂଗ୍ରାମ ପାଇକରାୟ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।
ସେହିପରି ପବିତ୍ର ପାଣିଗ୍ରାହୀଙ୍କୁ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଚେୟାରମ୍ୟାନ ଓ TAMDAର ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ନିଯୁକ୍ତି ମିଳିଛି । କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ନିଯୁକ୍ତ ହୋଇଛନ୍ତି । ମୀନତି ବେହେରା ପୂର୍ବଭଳି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇବେ।