ଦୂର ହେଲା ମାତୃତ୍ବ ଛୁଟି ଦ୍ବନ୍ଦ୍ବ, ୧୮୦ ଦିନର ଛୁଟି ପାଇଁ ସ୍ଥିରୀକୃତ ହେଲା ନିୟମ

0

ଓଡ଼ିଆ ନ୍ୟୁଜ୍: ସରକାରୀ କର୍ମଚାରୀଙ୍କ ମାତୃତ୍ବ ଛୁଟି ଦ୍ବନ୍ଦ୍ବ ଦୂର।୧୮୦ ଦିନର ଛୁଟି ପାଇଁ ସ୍ଥିରୀକୃତ ହେଲା ନିୟମ।ପ୍ରସବର ୩ ମାସ ପୂର୍ବରୁ ଓ ୬ ମାସ ମଧ୍ୟରେ ମିଳିବ ଛୁଟି।ଏକକାଳୀନ ବା ବିଭିନ୍ନ ପର୍ଯ୍ୟାୟରେ ନେଇ ହେବ ଛୁଟି।କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି।

ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।

Leave A Reply

Your email address will not be published.