ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।

ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଓଡିଶା ଷ୍ଟାଫ୍ ସିଲେକ୍ସନ ଆଜି ନିଜ ବିଶ୍ୱସନୀୟତା ହରାଇ ବସିଛି । ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀ ଆଜି ହତାଶ୍ ହୋଇପଡିଛନ୍ତି । ଦୋଷ ଓ ଚୋରୀ ଧରାପଡିବା ପରେ ତଳିଆ କର୍ମଚାରୀମାନଙ୍କ ଉପରେ ଦୋଷ ଲଦି ଦେଇ ବଡବଡିଆ ଅଫିସର ଏବଂ ଦଲାଲ୍‌ମାନେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଖସିଯାଉଛନ୍ତି । ଯୋଗ୍ୟ ଗରୀବ ଆଶାୟୀଙ୍କ କୋଟି କୋଟି ଟଙ୍କାକୁ ଚଂଚକତା କରି ହଡପ୍ କରିବାକୁ ପଛାଉନାହାନ୍ତି । ‘ତଦନ୍ତ ହେଉଛି’ ବୋଲି କହି ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଓ ଧେର୍ଯ୍ୟ ସହ ଖେଳାଯାଉଛି ବୋଲି ବିଜେପି  ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ  ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.