ପାରାଦୀପ ଓସ୍ବାଲ ସାର କାରଖାନାକୁ ଇଫ୍‌କୋ କିଣିବା ପରେ ଚାକିରି ହରାଇଛନ୍ତି ୧୫୧ ଜଣ କର୍ମଚାରୀ, ଚାକିରୀ କିମ୍ବା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):: ପାରାଦୀପସ୍ଥିତ ଓସ୍ବାଲ ସାର କାରଖାନାକୁ ଇଫ୍‌କୋ କିଣିବା ପରେ ଚାକିରି ହରାଇଥିବା ୧୫୧ ଜଣ କର୍ମଚାରୀଙ୍କୁ ଚାକିରୀ କିମ୍ବା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୭ ବର୍ଷ ପରେ ଏହି କର୍ମଚାରୀଙ୍କ ଦୁଃଖ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦୂର ହେବାକୁ ଯାଉଛି। ୨୦୦୫ରୁ ଚାକିରି ହରାଇଥିବା ଏହି କର୍ମଚାରୀଙ୍କୁ ଚାକିରି ବା କ୍ଷତିପୂରଣ ପ୍ରଦାନ ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ କର୍ମଚାରୀଙ୍କ ଅବସର ବୟସ ହୋଇ ନାହିଁ ସେମାନେ ଏପ୍ରିଲ ୧୮ରୁ ୨୨ ତାରିଖ ମଧ୍ୟରେ ଓସ୍ବାଲରେ ଚାକିରିରେ ଥିବା ସଂପର୍କିତ ସମସ୍ତ ନଥିପତ୍ର ସହିତ ଇଫକୋ ଜେନେରାଲ ମ୍ୟାନେଜରଙ୍କ ନିକଟରେ ଉପସ୍ଥିତ ରହିବେ। କର୍ମଚାରୀମାନେ ଦାଖଲ କରିବାକୁ ଥିବା ନଥିପତ୍ରକୁ ଜେନେରାଲ ମ୍ୟାନେଜର ଯାଞ୍ଚ କରିବେ। ଯଦି ଏସବୁ ଠିକ୍ ଥାଏ ତେବେ ସଂପୃକ୍ତ କର୍ମଚାରୀଙ୍କୁ ପୁନର୍ବାର ଚାକିରିରେ ଅବସ୍ଥାପିତ କରାଯିବ କିମ୍ବା ଏ ବାବଦ କ୍ଷତିପୂରଣ ଦିଆଯିବ। ଏହି ପ୍ରସଙ୍ଗରେ ଇଫକୋ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ଜୁନ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ହେବ।

Leave A Reply

Your email address will not be published.