ବେଆଇନ ଗୋ ଚାଲାଣ, ହତ୍ୟା ଓ ନିର୍ଯାତନା ମାମଲା: ସୁରକ୍ଷା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଜବାବ ଲୋଡିଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେଆଇନ ଗୋ ଚାଲାଣ, ହତ୍ୟା ଓ ନିର୍ଯାତନାକୁ ବିରୋଧ କରି ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସରକାରଙ୍କ ଜବାବ ଉପରେ ପ୍ରତିଜବାବ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ରାଜ୍ୟରେ ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ବହୁ ମାତ୍ରାରେ ଗୋ ମାତାଙ୍କୁ ହତ୍ୟା କରାଯାଉଛି। ଏହା ସହ ଗୋ ମାତାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଦର୍ଶାଇ ମହମମ୍ମଦିଆ ଅଞ୍ଚଳର ଜୟନ୍ତୀ ଦାସ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏପରି ବେନିୟମ ଭାବେ କାର୍ଯ୍ୟ ଚାଲୁଥିବାବେଳେ ଗୋ ବଂଶ ରକ୍ଷା ହେବା ସମ୍ଭବପର ନୁହେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଗାଈ କ୍ଷୀର ସଂଗ୍ରହ କରି ଓମଫେଡ ସଂସ୍ଥା ବ୍ୟବସାୟ କରୁଥିବାବେଳେ ସଂସ୍ଥା ପାଉଥିବା ଲାଭାଂଶରୁ ଗୋ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଉ ବୋଲି ପ୍ରାର୍ଥନା କରାଯାଇଛି। ବିଭିନ୍ନ ସ୍ଥାନରେ ଘାଷ ଚାଷ କରାଯିବା ସହ ଗୋ ଶାଳା କରାଯାଇ ବୃଦ୍ଧ ଅବସ୍ଥାରେ ବୁଲୁଥିବା ଗୋରୁଗାଈଙ୍କୁ ସେଠାରେ ରଖିବା ପାଇଁ ବ୍ୟବସ୍ଥା କରାଯାଉ ଆବେଦନପତ୍ରରେ ବୋଲି ଦର୍ଶାଯାଇଛି। ଏହି ମାମଲାରେ ଗୃହ, ସହରାଞ୍ଚଳ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ, ଡିଜିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

 

Leave A Reply

Your email address will not be published.