ତାତିରେ ସିଝୁଛି ଓଡିଶା, ଆଜି ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ସିଝୁଛି ସାରା ଓଡିଶା । ଗରମରେ ଡହଳ ବିକଳ ହେଉଛି ଜନଜୀବନ। ରାଜ୍ୟବ୍ୟାପି ଗ୍ରୀଷ୍ମ ଲହରି ଜାରି ରହିଛି। ପୂର୍ବାହ୍‌ଣ ୮ଟା ପରେ ଓ ଅପରାହ୍‌ଣ ୪ଟା ପୂର୍ବରୁ ଘରୁ ବାହାରକୁ ଯିବା ଭାରି କଷ୍ଟ ହେଉଛି। ଜରୁରୀ ନଥିଲେ ଲୋକେ ବାହାରକୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପଶ୍ଚିମଓଡ଼ିଶାରେ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରୁଛି।

ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଛି। ଏଥିରେ ୪୨.୨ ସହିତ ଝାରସୁଗୁଡ଼ା ଶୀର୍ଷରେ ରହିଛି। ଝାରସୁଗୁଡ଼ା ପରେ ଭୁବନେଶ୍ବରରେ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ରେ ସମ୍ବଲପୁରରେ ତାପମାତ୍ରା ୪୧.୪ ଡ଼ିଗ୍ରି ରେକର୍ଡ ହୋଇଛି। ସେହିଭଳି ହୀରାକୁଦରେ ୪୦.୬ ଡ଼ିଗ୍ରି, ଚାନ୍ଦବାଲିରେ ୪୦ ଡ଼ିଗ୍ରି, ବାଲେଶ୍ୱରରେ ୩୮.୪ ଡ଼ିଗ୍ରି, କେନ୍ଦୁଝରରେ ୩୭.୪ ଡ଼ିଗ୍ରି, ପୁରୀରେ ୩୫.୨ ଡ଼ିଗ୍ରି, ଗୋପାଳପୁରରେ ୩୪.୮ ଡ଼ିଗ୍ରି ଓ ପାରାଦ୍ୱୀପରେ ତାପମାତ୍ରା ୩୩.୪ ଡ଼ିଗ୍ରି ରେକର୍ଡ ହୋଇଛି।

Leave A Reply

Your email address will not be published.