ଓଡ଼ିଆ ନ୍ୟୁଜ୍: ଜଳପଥରେ ଖଣିଜ ପଥର ପରିବହନକୁ ପ୍ରାଧାନ୍ୟ। ପୂର୍ବରୁ ପଶ୍ଚିମ ପ୍ରାନ୍ତ ପର୍ଯ୍ୟନ୍ତ ୨୦ଟି ନୂଆ ଜଳପଥ ପ୍ରସ୍ତାବ।ଖଣିଜ ସଂପଦରେ ଭରପୂର ଓଡ଼ିଶା ପାଇଁ ଜଳପଥ_୫।ତାଳଚେର, ଅନୁଗୁଳ, କଳିଙ୍ଗନଗରକୁ ଯୋଡ଼ାଯିବ।ପାରାଦୀପ ଓ ଧାମରା ବନ୍ଦର ସହ ସିଧା ଯୋଡ଼ାଯିବ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି ।
ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା ବେଳେ, ମଧ୍ୟବିତ୍ତ ବର୍ଗଠାରୁ ଗ୍ରାମୀଣ ଚାଷୀ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ସରକାରଙ୍କ ଉପରେ ନଜର ରଖିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରଥମ ବଜେଟ୍ । ସବକା ସାଥ୍ ସବକା ବିକାଶକୁ ଗୁରୁତ୍ୱ ଦିଆଯାଇଛି ।ଚଳିତ ବଜେଟ୍ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ଓଡ଼ିଶାରେ ହେବ ଖଣିଜ କରିଡର ।