ପ୍ରବାସୀ ଓଡ଼ିଆ ଯୁବକଙ୍କ ମୃତ୍ୟ, ମରଶରୀର ଆଣିବାରେ ସହାୟତା କଲା ଓଡ଼ିଶା-ମୋ ପରିବାର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଅରୁଆଗୋବିନ୍ଦପୁର ଗ୍ରାମର ବଳରାମ ସାହୁ ସୁରଟରୁ ଭୁବନେଶ୍ୱର ଟ୍ରେନ୍ ରେ ଆସୁଥିବା ସମୟରେ ତାଙ୍କର ହୃଦ୍ ଘାତରେ ମୃତ୍ୟୁ ହୋଇଥିଲା । ତେବେ ଭୁସାୱାଲ୍ ରେଳ ଷ୍ଟେସନ୍ ଠାରୁ ତାଙ୍କର ମୃତ ଦେହକୁ ଜିଆରପି ପୋଲିସ୍ ଜଲଗାଓଁକୁ ନେଇଯାଇଥିଲେ। ଏହି ଖବର ବଳରାମଙ୍କ ପରିବାରଲୋକ ଜାଣିବାପରେ ଉପାୟଶୂନ୍ୟ ହୋଇ ବ୍ରହ୍ମଗିରି ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ସହାୟତା ଲୋଡ଼ିଥିଲେ ।

ଶ୍ରୀ ଦାସବର୍ମା ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କୁ ଜଣାଇବାପରେ, ଶ୍ରୀ ପଟନାୟକ ଜଲଗାଓଁ ଜି.ଆର୍.ପି. ସହିତ ଯୋଗାଯୋଗ କରି ମୃତକ ବଳରାମଙ୍କ ଶବ ବ୍ୟବଚ୍ଛେଦ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ । ପରେ ଶ୍ରୀ ଦାସବର୍ମା, ବଳରାମଙ୍କ ମୃତ ଦେହକୁ ସେଠାରୁ ଭୁବନେଶ୍ୱର ଆଣିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଥିଲେ । ବଳରାମଙ୍କ ମୃତଦେହ ଜଲଗାଓଁ ରୁ ନିଜ ଗ୍ରାମ ଅରୁଆଗୋବିନ୍ଦପୁରକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave A Reply

Your email address will not be published.