ଓଡ଼ିଆ ନ୍ୟୁଜ୍: ଯାତ୍ରୀଙ୍କୁ ‘ଆମ ବସ୍’ କଣ୍ଡକ୍ଟରଙ୍କ ଥାପଡ଼ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଗାଇଡ (କଣ୍ଡକ୍ଟର)କୁ ଚାକିରିରୁ ବହିଷ୍କାର କଲା CRUT। ଏଥିସହ ଘଟଣା ପାଇଁ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କଲା। ଚାକିରିରୁ ବହିଷ୍କାର ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଆଜି ୨୮ ନଂ ରୁଟ୍ରେ ଅପ୍ରିତିକର ଘଟଣା ଘଟିଥିଲା।ଅବଶିଷ୍ଟ ଟିକେଟ୍ ମୂଲ୍ୟ ପାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା।ଏହାପରେ ଗାଇଡ୍ ଯାତ୍ରୀଙ୍କୁ ବସ୍ ବାହାରକୁ ଆଣି ଥାପଡ଼ ମାରିଥିଲେ।
ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ୨୮ ନଂ ରୁଟ୍ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। ଅବଶିଷ୍ଟ ଟିକେଟ ମୂଲ୍ୟ ପାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ସମ୍ପୃକ୍ତ କଣ୍ଡକ୍ଟର ଯାତ୍ରୀଙ୍କୁ ବସ ବାହାରକୁ ଆଣି ମାଡ଼ ମାରିଥିଲେ। କଣ୍ଡକ୍ଟରଜଣକ ୟୁନିଫର୍ମରେ ଥାଇ ମାଡ଼ ମାରିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ୟୁନିଟ ୮ ମାର୍କେଟ ପାଖରେ ଥିବା ବସ୍ ଷ୍ଟପରେ ଏହି ଘଟଣା ଘଟିଥିଲା। ବସ ନଂ OD33AH0166 ଥିବା କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି।