ଓଡ଼ିଆ ନ୍ୟୁଜ୍: ୧୯୯୬ ବ୍ୟାଚ୍ର ୩ ବରିଷ୍ଠ IASଙ୍କୁ ପଦୋନ୍ନତି ଦେଲେ ସରକାର।ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ପାହ୍ୟାକୁ ପଦୋନ୍ନତି। ଶାଶ୍ବତ ମିଶ୍ର, ବିଶାଳ ଦେବ ଓ ଉଷା ପାଢ଼ୀଙ୍କୁ ACS ପାହ୍ୟାକୁ ପଦୋନ୍ନତି। କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି।
ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ଏହି ତିନି ଆଇଏଏସ ହେଉଛନ୍ତି ଶାଶ୍ଵତ ମିଶ୍ର, ବିଶାଳ ଦେବ ଓ ଉଷା ପାଢ଼ୀ। ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।