ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମକୁ ଆବଶ୍ୟକ ସମୟରେ ସ୍କୁଲକୁ ଖବର ସଂଗ୍ରହ ପାଇଁ ପ୍ରବେଶ ଅନୁମତି ଦିଆଯାଉ : ଓଡିଶା ଅଭିଭାବକ ମହାସଂଘ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଣଶିକ୍ଷା ବିଭାଗ ଏକ ନିର୍ଦେଶନାମl ଜରିଆରେ ସ୍କୁଲକୁ ଗଣମାଧ୍ୟମର ପ୍ରବେଶ ଉପରେ ରୋକ ଲଗାଯାଇଛି l ଗଣ ମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ l ବ୍ୟବସ୍ଥାର ଦୋଷ ତୃଟି,ନିଷ୍କ୍ରିୟତା, ଦୁର୍ନୀତି, ସାମାଜିକ ସଚେତନତା ତଥା ସାଧାରଣ ଜନତା ର ସ୍ୱରକୁ ସରକାରୀ ବ୍ୟବସ୍ଥାକୁ ସୂଚନା ଦେଇଥାଏ l ତାଛଡା ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ଓ ସୂଚନା ଦେଇଥାଏ l ଗଣମାଧ୍ୟମ ନଥିଲେ ଓ ସରକାର ଓ ଜନସାଧାରଣ ମଧ୍ୟରେ ମାଧ୍ୟମର କାର୍ଯ୍ୟ ନକଲେ ଏକ ସୁସ୍ଥ ଗଣତନ୍ତ୍ର ହୋଇପାରିବ ନାହିଁ l ସ୍କୁଲ ରେ ନକଲି ଶିକ୍ଷକ, ଶିକ୍ଷକ ଅଭାବ, ଶିକ୍ଷକଙ୍କ ଦାୟିତ୍ୱ ହୀନତା, ଭିତିଭୂମି ଅଭାବ, ମଧ୍ୟାହ୍ନ ଭୋଜନ, ପାଠ ପଢ଼ା ପରି ସବୁ ସୁବିଧା ଅସୁବିଧା କଥା ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାଏ l ସେପରି ପ୍ରସାରଣ ଓ ପ୍ରକାଶନ ନହେଲେ ବ୍ୟବସ୍ଥା ସମ୍ପୂର୍ଣ ବିଗିଡି ଯିବ l
ସ୍କୁଲ ମାନଙ୍କରେ କଣ ଘଟୁଛି ତାର ସଠିକ ଖବର ସରକାର ପାଇପାରିବେ ନାହିଁ l ତେବେ ଦେଖାଯାଉଛି ତଳ ସ୍ତରରେ କିଛି ଛୋଟ ଓ ଅଣସ୍ଵୀକୃତପ୍ରାପ୍ତ ଗଣମାଧ୍ୟମ ସ୍କୁଲରେ କିଛି ଅସୁବିଧା ସୃଷ୍ଟି କରିବାର ନଜର ଆସୁଛି l କିନ୍ତୁ ସେମାନଙ୍କୁ ବlରଣ କରିବା ଆଳରେ ସବୁ ଗଣମାଧ୍ୟମକୁ ମନା କରିବା ଗଣମାଧ୍ୟମର କଣ୍ଠ ରୋଧ ଓ ଦାୟିତ୍ୱ କୁ ରୋକ ଦେବା ତଥା ସ୍ୱରକୁ ଚପାଇ ଦେବା ଭଳି ନିଷ୍ପତ୍ତି ଆଦୌ ଠିକ ନୁହେଁ l ତେଣୁ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ୱୀକୃତି ଦେଇଥିବା ସବୁ ଗଣମାଧ୍ୟମ କୁ ସ୍କୁଲର ଉତ୍ସବ, ଅଘଟଣ, ଅଭିଭାବକ ମାନଙ୍କ ଅଭିଯୋଗ, ପୁରସ୍କାର ବିତରଣ ସଭା, ଦୁର୍ଘଟଣା ତଥା ନିତ୍ୟlନ୍ତ ଆବଶ୍ୟକ ସବୁ କଥାକୁ ସରକାରଙ୍କ ନଜରକୁ ଆଣିବାର ଆବଶ୍ୟକତା ରହିଛି l ତେଣୁ ଆଜି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଆଜି ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀଯୁକ୍ତ ବିଷ୍ନୁପଦ ସେଠିଙ୍କୁ ଚିଠି ଲେଖି ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମକୁ ପ୍ରବେଶ ଅନୁମତି ଦେବାକୁ ଦାବୀ ଜଣାଇଛନ୍ତି l
ଫୋନ ଯୋଗେ ଅନୁରୋଧ ମଧ୍ୟ୍ୟ କରି କିଛି ଅଣ ଗଣମାଧ୍ୟମ ପାଇଁ ସମୁଦାୟ ଗଣମାଧ୍ୟମ କୁ ରୋକ ନ ଲଗାଯାଉ, ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ନ ହେବା ପରି, ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମକୁ ଆବଶ୍ୟକ ସମୟରେ ସ୍କୁଲ ଯିବାକୁ ଅନୁମତି ବ୍ୟବସ୍ଥା କରାଯାଉ l କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ୱଛତାକୁ ସବୁବେଳେ ଅଗ୍ରାଧିକାର ଦେଇଛନ୍ତି, ତେଣୁ ଗଣମାଧ୍ୟମକୁ ତାଙ୍କର କାର୍ଯ୍ୟ କରିବାକୁ ଦିଅନ୍ତୁ l ଛାତ୍ର ଛାତ୍ରୀ ମାନଙ୍କୁ ଅଯଥା ଗଣମାଧ୍ୟ୍ୟମ ନାଁରେ ସ୍କୁଲ ଯାଇ ହଇରାଣ ନ କରିବା ସହ କେବଳ ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ଖବର ପ୍ରସାରଣ ପାଇଁ ଅନୁମତି ପାଇଲେ ଶିକ୍ଷା ବିଭାଗରେ ସ୍ୱଚ୍ଛତା ଆସିବ ଏବଂ ଗଣମାଧ୍ୟମ ନାଁରେ ଅସୁବିଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏଥିରୁ ନିବୃତ ରହିପାରିବେ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l