ନବମରୁ ଦ୍ୱାଦଶ ନିଃଶୁଳ୍କ ପାଠପଢ଼ା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ସହ ଗଣଶିକ୍ଷା ସଚିବଙ୍କୁ ଦାବୀପତ୍ର ପ୍ରଦାନ କଲା ଓଡିଶା ଅଭିଭାବକ ମହାସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ ବା ଆର ଟି ଇ ରେ ଅନୁଚ୍ଛେଦ 12 (1) ର ଧାରା ” C ” ଅନୁଯାଇ ପ୍ରାଇଭେଟ ସ୍କୁଲ ରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପରେ ନବମରୁ ଦ୍ୱାଦଶ ପଯ୍ୟନ୍ତ ନିଃଶୁଳ୍କ ପାଠପଢ଼ା ପାଇଁ ଓଡିଶା ହାଇକୋର୍ଟ ଗତ 29.03.2023 ତାରିଖରେ ନିର୍ଦେଶ ଦେଇଥିଲେ l ଏକ ନୂଆ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ନିର୍ଦେଶ ଦେଇଥିଲେ ଓଡିଶା ଅଭିଭାବକ ମହାସଂଘକୁ l

ଆଜି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଲୋକସେବା ଭବନ ରେ ଗଣଶିକ୍ଷା ସଚିବ ଶ୍ରୀମତୀ ଆଶ୍ବସ୍ତି ଏସ ଙ୍କୁ ଭେଟି ଦାବୀ କରିବା ସହ ଅଫିସିଆଲ ଭାବେ ଦାବୀ ପତ୍ର ଓ କୋର୍ଟ ନିର୍ଦେଶ ପ୍ରଦାନ କରିଛନ୍ତି l ଗଣଶିକ୍ଷା ସଚିବ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ କହିଥିଲେ l

ଏଠାରେ ପ୍ରକାଶ ଯୋଗ୍ୟ କି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ ବର୍ତମାନ ନର୍ସରୀ ଓ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ପଯ୍ୟନ୍ତ ନାମଲେଖା କରାଯାଉଛି l ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ l ବାଧ୍ୟ ହୋଇ ସେମାନେ ପାଠ ଛାଡ଼ିବେ, ତେଣୁ ଓଡିଶା ଅଭିଭାବକ ମହାସଂଘ ଏହି ବ୍ୟବସ୍ଥା କୁ ଅନ୍ତତଃ ପକ୍ଷେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବହୁ ଦିନରୁ ଦାବୀ କରି ଆସୁଛି l ସେପଟେ ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହିତ ଅନେକ ରାଜ୍ୟ ମଧ୍ୟ ନିଜସ୍ୱ ଅର୍ଥରେ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି l ସରକାରଙ୍କୁ ବାରମ୍ବାର ନିବେଦନ ପରେ କାର୍ଯ୍ୟକାରୀ ନହେବାରୁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ l

ଏହି ମାମଲାର ମାନ୍ୟବର ହାଇକୋର୍ଟ ଶୁଣାଣି କରି ଗଣଶିକ୍ଷା ସଚିବଙ୍କୁ ଏକ ନୂଆ ଆବେଦନ କରିବେ, ଗଣଶିକ୍ଷା ସଚିବ ଆସନ୍ତା ଜୁନ ମାସ 1 ତାରିଖ ସୁଦ୍ଧା ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକି ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ l ଓଡିଶା ଅଭିଭାବକ ମହାସଂଘ ମାନ୍ୟବର କୋର୍ଟଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବା ସହ ଯଦି ଠିକ ନିଷ୍ପତି ହୋଇ ନଥିବ ତାହାଲେ ନୂତନ ଭାବେ ଏକ କେସ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ l ଏ ସଂକ୍ରାନ୍ତରେ ମହାସଂଘ ଆସନ୍ତା କାଲି ମାନ୍ୟବର ମନ୍ତିଙ୍କୁ ଭେଟି ଦାବୀ କରିବାକୁ ସମୟ ନେଇଛନ୍ତି ଓ ଆସନ୍ତା ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ମଧ୍ୟ ଦାବୀ କରିବାକୁ ନିଷ୍ପତି ନେଇଥିବା ମହାସଂଘର ସହ-ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.