ଓଡିଆ ଭାଷା ପାଠ ପଢ଼ା ପାଇଁ ସିବିଏସଇ ନିର୍ଦେଶକୁ ସ୍ୱାଗତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲା ଓଡିଶା ଅଭିଭାବକ ମହାସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିବିଏସଇ ଇଂରାଜୀ ମାଧ୍ୟମ ସହିତ ପ୍ରାୟ ବାଇଶି ଗୋଟି ଆଞ୍ଚଳିକ ଭାଷା ମାଧ୍ୟମରେ ପିଲାଙ୍କୁ ପାଠ ପଢାଇବାକୁ ନିଷ୍ପତି ନେଇଛି l ଦେଶରେ ନୂଆ ଶିକ୍ଷା ନୀତି ଅନୁଯାଇ ସାରା ଦେଶରେ ଗୋଟିଏ ପାଠ୍ୟକ୍ରମ ଓ ମାତୃଭାଷାରେ ପିଲାଙ୍କୁ ପାଠ ପଢାଇବାକୁ ଅଗ୍ରାଧିକାର ଦେବାକୁ ଯେଉଁ ପଦକ୍ଷେପ ନିଆଯିବା କଥା ତାହାର ଏହା ଏକ ପଦକ୍ଷେପ ।  ଯେଉଁ ପିଲାମାନେ ଚାହିଁବେ ସେମାନେ ନିଜର ଆଞ୍ଚଳିକ ଭାଷା ବା ମାତୃଭାଷା ମାଧ୍ୟମରେ ପାଠ ପଢି ପାରିବ। କିଛି ପିଲା ଇଂରାଜୀ ମାଧ୍ୟମରେ ପାଠ ପଢିବାରେ ପୂର୍ବରୁ ଟିକେ ଅସୁବିଧା ହେଉଥିଲା।  ଯେହେତୁ ପିଲାଟି ତାର କଥିତ ଓ ନିଜ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବ ତେଣୁ ତାକୁ ବିଷୟକୁ ବୁଝିବାରେ ଟିକେ ସରଳ ଓ ବୋଧଗମ୍ୟ ହେବ । ହେଲେ ଏହି ନିଷ୍ପତି ଶୁଣିବାକୁ ଯେତିକି ସରଳ ତାକୁ କାର୍ଯ୍ୟକାରୀ କରିବା ସେତିକି କଠିନ, କିନ୍ତୁ କାର୍ଯ୍ୟାଳରୀ ହେଲେ ଇଂରାଜୀ ମାଧ୍ୟମରେ ଦୁର୍ବଳ ଥିବା ଅନେକ ପିଲାଙ୍କ ଶିକ୍ଷା ଗ୍ରହଣ ପାଇଁ ଏହା ବେଶ ବୋଧଗମ୍ୟ ହେବ l ଆସନ୍ତା ବର୍ଷ ଠାରୁ ଏହି ନିଷ୍ପତି କାର୍ଯ୍ୟକାରୀ ସହିତ ଏନ.ସିଇ.ଆର.ଟି କୁ ମଧ୍ୟ ସବୁ ଭାଷାରେ ପୁସ୍ତକ ପ୍ରଣୟନ ପାଇଁ ସୁପାରିଶ କରାଯାଇଛି l

ସବୁ ଭାଷାରେ ପୁସ୍ତକ ହେଲେ ପିଲାମାନେ ଅଧିକ ଉପକୃତ ହେବେ l ଆଗରୁ ବିଭିନ୍ନ, କାରିଗରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରିବା ଆରମ୍ଭ ହୋଇ ସାରିଛି l ବର୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପଞ୍ଚମ ଓ ପରବର୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଲାଗୁ ପାଇଁ ନିଷ୍ପତି ନିଆଯାଇଛି l ଯେହେତୁ ସାରା ଦେଶରେ ପିଲାମାନେ ଗୋଟିଏ ପାଠ୍ୟଖସଡ଼ା ରେ ନିଜ ଭାଷାରେ ପଢିବେ ତେଣୁ ସେମାନେ ମଧ୍ୟ ପାଠ ପଢିବାକୁ ବେଶ ଆଗ୍ରହ ପ୍ରକାଶ କରିବେ l ଯଦି ଆମ ରାଜ୍ୟ କଥା ବିଚାର କରିବା ତେବେ ଓଡ଼ିଆ ମାଧ୍ୟମରେ ସିବିଏସଇ ପିଲାମାନେ ପାଠ ପଢିଲେ ବେଶ ଭଲ ହେବ l ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତିକୁ ଏକ ରୋଲ ମଡେଲ ଭାବେ ଗ୍ରହଣ କରି ଯେପରି ଆଦର୍ଶ ବିଦ୍ୟାଳୟରେ ପିଲାମାନେ ପାଠ ପଢୁଛନ୍ତି ସେପରି ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ କିଛି ସ୍କୁଲରେ ସିବିଏସଇ ର ଓଡ଼ିଆ ମାଧ୍ୟମରେ ପାଠ ପଢା ଆରମ୍ଭ କରନ୍ତୁ l ଏପରି କଲେ ଅଭିଭାବକ ମାନେ ମଧ୍ୟ ଘରୋଇ ସ୍କୁଲରୁ ମୁହଁ ମୋଡି ସେହି ବିଦ୍ୟାଳୟ ଗୁଡିକରେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଆଗ୍ରହ କରିବେ ଏବଂ ପରବର୍ତୀ ସମୟରେ ତାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିହେବ ବୋଲି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ସିବିଏସଇ ଏହି ନିଷ୍ପତିକୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବାକୁ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

ଓଡିଶା ସରକାର ବ୍ଲକରେ କିଛି ସ୍କୁଲକୁ ସିବିଏସଇ ପାଠ୍ୟକ୍ରମ କୁ ଆଣିବା ସହ ଅନ୍ୟ ରାଜ୍ୟ ପରି ଓଡିଶା ପିଲାଙ୍କୁ ସୁଯୋଗ ଦିଆଯିବାପାଇଁ ଦାବି କରିଛନ୍ତି ଶ୍ରୀ ଭଟ୍ଟ. ତାଛଡା ସିବିଏସଇ ପାଠ୍ୟକ୍ରମ ରେ ପଢିଲେ ଆମ ରାଜ୍ୟର ପିଲାମାନେ ମଧ୍ୟ ସର୍ବଭାରତୀୟ ସ୍ତରରେ ଆହୁରି ଭଲ ପ୍ରଦର୍ଶନ କରିବେ l ସବୁଠୁ ଗୁରୁତ୍ୱପୁର୍ଣ କଥା ହେଲା ଏନ ସି ଇ ଆର ଟି ର ଆଞ୍ଚଳିକ ଓଡ଼ିଆ ଭାଷା ପାଠ୍ୟକ୍ରମ ବହିକୁ ସବୁ ସ୍କୁଲରେ ଲାଗୁ କରିବା ବାଧ୍ୟତାମୂଳକ କଲେ ପିଲାମାନେ ବସ୍ତାନି ବୋଝରୁ ମୁକ୍ତ ହେବା ସହିତ ଅଭିଭାବକ ମାନେ ମଧ୍ୟ ଆର୍ଥିକ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ ଓ ଉପାଧ୍ୟାକ୍ଷ ଅଶୋକ ପଟନାୟକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି

Leave A Reply

Your email address will not be published.