ସମ୍ମାନଜନକ ପ୍ରେସିଡେଣ୍ଟ କଲର ଆଓ୍ୱାର୍ଡ ପାଇବ ଓଡ଼ିଶା ପୋଲିସ; ରାଷ୍ଟ୍ରପତି ଦେବେ ପୁରସ୍କାର

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର  । ଏହି ପୁରସ୍କାର ପାଇବା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ପୋଲିସ I ଏହି ପୁରସ୍କାର କୌଣସି ସାଧାରଣ ପୁରସ୍କାର ନୁହେଁ । ଏହା ହେଉଛି ଜଣେ ସୈନ୍ୟ କିମ୍ବା ପୋଲିସ ବାହିନୀକୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ।ଏହି ପୁରସ୍କାର ପ୍ରଦାନ କରିବା ନିମନ୍ତେ ଖୁବ୍‌ଶୀଘ୍ର ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ପୋଲିସକୁ ଦେବେ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ ଫୋର୍ସକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ‘ପ୍ରେସିଡେଣ୍ଟସ୍ କଲର’ । ସାହସିକତା ଏବଂ ବୃତ୍ତିଗତତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର । ଏକ ଆନୁଷ୍ଠାନିକ ପତାକା ଏବଂ ଉତ୍କର୍ଷତାର ପ୍ରତୀକ ସ୍ୱରୂପ ମେଡାଲ କିମ୍ବା ବ୍ୟାଚ୍ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି । ସାରା ଦେଶରେ ଏହା ଓଡ଼ିଶା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହା ଓଡ଼ିଶା ପୋଲିସର ବର୍ଷ ବର୍ଷର ନିଷ୍ଠା, ବଳିଦାନ ଏବଂ ସେବାର ସ୍ୱୀକୃତି

Leave A Reply

Your email address will not be published.