ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ। ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ।ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି। ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ। ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ।
ରାଜ୍ୟସଭାର ୪ର୍ଥ ପ୍ରାର୍ଥିଙ୍କୁ ନେଇ ଘମାସାନ । ବିଜେଡି ୪ର୍ଥ ପ୍ରାର୍ଥି ଭାବେ ଡାକ୍ତର ଦତ୍ତେଶ୍ବର ହୋତା ଙ୍କ ନାଁ ଘୋଷଣା କରିବା ପରେ ଏବେ ବିଜେପି ଶିବିରରେ ଏହାକୁ ନେଇ ଛକାପଞ୍ଛା । କାରଣ ବିଜେପି ମଧ୍ୟ ୩ ଜଣ ପ୍ରାର୍ଥି ଦେବ ବୋଲି ଘୋଷଣା କରି ଦତ୍ତେଶ୍ବରଙ୍କ ବିରୋଧରେ ପ୍ରାର୍ଥି ଠିଆ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛି । ସେପଟେ କଂଗ୍ରେସ ପକ୍ଷରୁ ଡାକ୍ତର ଦତ୍ତେଶ୍ବରଙ୍କ ନାଁ ଉପରେ ମୋହର ବାଜିଥିଲେ ହେଁ ବିଧାୟକ ଦଳ ବୈଠକରେ ୨ ଜଣ ବିଧାୟକଙ୍କ ଅନୁପସ୍ଥିତି ଦଳ ଭିତରେ ଥିବା ଫାଟକୁ ସାମ୍ନାକୁ ଆଣିଛି । ଏହାସତ୍ତ୍ବେ ଆଜି କଂଗ୍ରେସ ବିଧାୟକଙ୍କୁ ଭେଟି ଦତ୍ତେଶ୍ବର ସମର୍ଥନ ଲୋଡିଛନ୍ତି ।