କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼। କୋରାପୁଟ୍ କଫି ଓ କୋଣାର୍କ ମନ୍ଦିର ପ୍ରଦର୍ଶିତ। ଏହି ଅବସରରେ ଭାଗ ନେଇଛନ୍ତି ଅନେକ କଣ୍ଟିଜେଣ୍ଟ । ଯେଉଁଥିରେ ରାଜ୍ୟ, କେନ୍ଦ୍ର ଶାସିଚ ଅଞ୍ଚଳ, ତିନି ସେନା ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଥିଲା । ଏଥିରେ ସବୁଠୁ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ ।

ଚଳିତ ବର୍ଷର ଥିମ୍ ଥିଲ ସଏଲ୍ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ । ଆତ୍ମନିର୍ଭାର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଆସିଥିବା ଅତିଥଙ୍କ ମନରେ ଉତ୍କଣ୍ଠା ଭରି ଯାଇଥିଲା । ଚଳିତ ବର୍ଷର ପ୍ରଜ୍ଞାପନ ମେଢରେ ଆହୁରି ମଧ୍ୟ ଦେଖିବାକୁ ମିଳିଥିଲା ଯେ, ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର ଚିପ୍, କୋରାପୁଟ କଫି, କୋଣାର୍କର ସୂର୍ଯ୍ୟମନ୍ଦିର, ପଟଚିତ୍ର ଓ ତାରକଶୀ କାମ । ଏହାସହ ପଟ୍ଟଚିତ୍ର ଓ ତାରକାସୀ କାମକୁ ପ୍ରଜ୍ଞାପନ ମେଢ଼ରେ ଦେଖାଯାଇଛି।

Leave A Reply

Your email address will not be published.